ETV Bharat / state

ନୃତ୍ୟାଙ୍ଗନାଙ୍କ ପାଇଁ ଉଡିଲା ନୋଟ, କଟକଣା ନମାନି ବାଇନାଚରେ ବାୟା ଯୁବପିଢି

author img

By

Published : Nov 5, 2021, 2:18 PM IST

କୋଭିଡ କଟକଣା ସତ୍ତ୍ବେ ସୁବର୍ଣ୍ଣପୁରରେ ବେଆଇନ ଜୁଆଖେଳ, ଘୁଡୁଘୁଡି ପଟି ଖେଳ ଚାଲିଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ...

ସଂସ୍କୃତି ନାଁରେ ଚାଲିଛି ଅପସଂସ୍କୃତି, ଜୁଆ ଖେଳ ସହ ଚାଲିଛି ବାଇନାଚ

ସୁବର୍ଣ୍ଣପୁର: ଜୁଆଖେଳ ଘୁଡୁଘୁଡି ପଟି ଖେଳ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହେଉଥିବା ଅଭିଯୋଗ ହୋଇଛି । ଏପରିକି ପୋଲିସର ଜାଣତରେ ଓ ପ୍ରୋତ୍ସାହନରେ ଏହି ଜୁଆଖେଳ ଚାଲିଥିବା ଆଇନଜୀବୀ ତଥା ବରିଷ୍ଠ ବିଜେପି ନେତା ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।

ଜିଲ୍ଲାର ପଲାସ ଗାଁରେ ଯାତ୍ରା ନାଁରେ ଜୁଆଖେଳ ଓ ଉଲଗ୍ନ ବାଇନୃତ୍ୟ ହେଉଛି । ଗାଁ ମୁଣ୍ଡରେ ଯାତ୍ରା ଚାଲିଥିବା ବେଳେ କିଛି ଦୂରରେ ବାଇନୃତ୍ୟ ହେଉଛି । ଆଉ ବିଲ ମଝିରେ ଜୁଆଖେଳ ପଟି ଚାଲିଛି । ସଂସ୍କୃତି ନାଁରେ ଅପସଂସ୍କୃତି ଚାଲିଥିବା ଅଭିଯୋଗ ହୋଇଛି । ଆଉ ଏହି ଯାତ୍ରା ଆୟୋଜନ କରିବା ପାଇଁ ଆବଶ୍ୟକ ଅର୍ଥ ସଂଗ୍ରହ ଲାଗି ଜୁଆଖେଳ କରାଯାଉଛି । ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆୟୋଜକମାନେ ହାତେଇ ଅର୍ଥଲାଭ ଉଦ୍ଦେଶ୍ୟରେ ଏଭଳି ଅନୈତିକ କାର୍ଯ୍ୟ ଚଳାଇଛନ୍ତି । ଆୟୋଜକଙ୍କ ଭୟରେ ଏହାକୁ କେହି ବିରୋଧ କରୁ ନ ଥିବାବେଳେ ଆୟୋଜକଙ୍କ ସହିତ ପୋଲିସ ମିଶି ଥିବାରୁ ଏହି କାର୍ଯ୍ୟ ବନ୍ଦ କରାଯାଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି ।

ଉଲଗ୍ନ ବାଇନାଚ ଦେଖିବା ପାଇଁ ମଞ୍ଚପାଖରେ ଯୁବପୀଢୀଙ୍କ ଭିଡ ଦେଖିବାକୁ ମିଳିଛି । ଏପରିକି ନୃତ୍ୟାଙ୍ଗନାଙ୍କ ପାଇଁ ନୋଟ ଉଡାଉଥିବା ମଧ୍ୟ ଦେଖାଯାଉଛି । କୋରୋନା କଟକଣା ସମୟରେ କିପରି ଏପରି ବେଆଇନ କାର୍ଯ୍ୟ କରାଯାଉଛି ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଖାଲି ପଲାସ ଗାଁ ନୁହେଁ କାଳୀ ପୂଜା ନାଁରେ ଉଲୁଣ୍ଡା ବ୍ଳକ ଏସ ପତ୍ରାପାଲି ଗାଁରେ ବି ଜୁଆଖେଳ ହୋଇଥିବା ସୂଚନା ମିଳିଛି । ଏହି ଅନୈତିକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାନଗଲେ ଉଲୁଣ୍ଡା ଓ ବୀରମହାରାଜପୁର ଥାନା ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.