ETV Bharat / state

ବଜାରରେ ବୁଲୁଛି 500 ଟଙ୍କିଆ ନକଲି ନୋଟ - ନକଲି ନୋଟ

ସୁବର୍ଣ୍ଣପୁର ବଜାରରେ ବୁଲୁଛି ନକଲି ପାଞ୍ଚ ଶହ ଟଙ୍କିଆ ନୋଟ । ତେବେ ପଡୋଶୀ ଜିଲ୍ଲା ଗୁଡିକରୁ ଏହି ନକଲି ନୋଟ ସୁବର୍ଣ୍ଣପୁରକୁ ଆସୁଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ବଜାରରେ ବୁଲୁଛି ନକଲି ନୋଟ
ସୁବର୍ଣ୍ଣପୁର ବଜାରରେ ବୁଲୁଛି ନକଲି ନୋଟ
author img

By

Published : Sep 9, 2021, 1:29 PM IST

ସୁବର୍ଣ୍ଣପୁର: ଏବେ ବଢିବାରେ ଲାଗିଛି ନକଲି ନୋଟ କାରବାର । ବିଶେଷକରି ସୁବର୍ଣ୍ଣପୁର ମାର୍କେଟରେ ନକଲି ପାଞ୍ଚ ଶହ ଟଙ୍କିଆ ନୋଟ ବ୍ୟାପକ ପରିମାଣରେ ଚାଲୁଥିବା ଦେଖିବାକୁ ମିଳିଛି ଏବଂ ପଡୋଶୀ ଜିଲ୍ଲା ଗୁଡିକରୁ ଏହି ନକଲି ନୋଟ ସୁବର୍ଣ୍ଣପୁରକୁ ଆସୁଥିବା ଅନୁମାନ କରାଯାଉଛି ।

ସୁବର୍ଣ୍ଣପୁର ବଜାରରେ ବୁଲୁଛି ନକଲି ନୋଟ

ନିକଟରେ ସମ୍ବଲପୁରରେ ମାସେ ଭିତରେ ନକଲି ନୋଟ କାରବାର କରୁଥିବା ଦୁଇଟି ଗ୍ୟାଙ୍ଗ ଧରାପଡିଥିଲା । ସମ୍ବଲପୁର ସଦର ଥାନା ଓ ବୁର୍ଲା ଥାନା ପକ୍ଷରୁ ଦୁଇଟି ନକଲି ନୋଟ କାରବାର କରୁଥିବା ଗ୍ୟାଙ୍ଗ ଧରାପଡି ବ୍ୟାପକ ପରିମାଣରେ ନକଲି ନୋଟ ଓ ଟଙ୍କା ତିଆରି ସାମଗ୍ରୀ ଜବତ ହୋଇଥିଲା । ହେଲେ ସୁବର୍ଣ୍ଣପୁରରେ ପୋଲିସ ଆଖିରେ ଧୂଳି ଦେଇ ନକଲି ନୋଟ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ସାଧାରଣଲୋକେ ନୋଟ ଚିହ୍ନି ପାରୁ ନ ଥିବା ବେଳେ ସେମାନେ ଠକାମୀର ଶିକାର ହେଉଛନ୍ତି। ପଡୋଶୀ ଜିଲ୍ଲାରୁ ନକଲି ନୋଟ କାରବାର କରୁଥିବା ଅସାମାଜିକ ବ୍ୟକ୍ତିମାନେ ସୁବର୍ଣ୍ଣପୁର ଆସି ନକଲି ନୋଟ ବଜାରରେ ଛାଡି ଦେଉଥିବା ଅନୁମାନ କରାଯାଉଛି ।

ତେବେ ସରକାରୀ ଭାବେ ନକଲି ନୋଟ କାରବାର ପୋଲିସଙ୍କ ନଜରକୁ ଆସୁ ନ ଥିବା କହୁଥିବା ବେଳେ ପୋଲିସ କର୍ମଚାରୀମାନଙ୍କ ହାବୁଡରେ ବି ନକଲି ନୋଟ ପଡୁଥିବା ସହରରେ ଆଲୋଚନା ହେଉଛି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବିଭାଗୀୟ ଗୋଇନ୍ଦାକୁ ଲଗାଇ ଏହି କାରବାର ଉପରେ ତଦନ୍ତ କରିବେ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.