ସୁବର୍ଣ୍ଣପୁର: ଧାନ ପରେ ଏବେ କପା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ସୁବର୍ଣ୍ଣପୁରରେ ଉପଜିଲ୍ଲାପାଳ ବଳରାମ ମଲ୍ଲିକ ଏକ କପା ମଣ୍ଡିକୁ ଉଦଘାଟନ କରିଛନ୍ତି । ହେଲେ ଜିଲ୍ଲାରେ କୌଣସି ସୂତା କଳ ନଥିବାରୁ ଜିଲ୍ଲାର ଚାଷୀମାନେ ଉତ୍ପାଦିତ କପାକୁ ବିକ୍ରି କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ କପାରେ ବେଶି ଆଦ୍ରତା ରହୁଥିବାରୁ କପା ମିଲ ମାଲିକମାନେ କପା କିଣିବା ପାଇଁ ମଣ୍ଡିକୁ ଆସୁ ନଥିବା ଉପ ଜିଲ୍ଲାପାଳ କହିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଏଥର କପା କିଣିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । 2 ସପ୍ତାହ ତଳେ ଉପଜିଲ୍ଲାପାଳ ବଳରାମ ମଲ୍ଲିକ କପା ମଣ୍ଡିକୁ ଉଦଘାଟନ କରିଥିଲେ । ଏହାସହ ଚାଷୀମାନଙ୍କ ପାଖରୁ ସିଧାସଳଖ କପା ସଂଗ୍ରହ କରାଯିବ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କଟନ କର୍ପୋରେସନ ଅଫ ଇଣ୍ଡିଆକୁ ଯୋଗାଯୋଗ କରାଯାଇଛି ବୋଲି ସୂଚନା ମିଳିଛି ।
ହେଲେ ଜିଲ୍ଲାରେ କୌଣସି ସୂତା କଳ ନଥିବାରୁ ଜିଲ୍ଲାର ଚାଷୀମାନେ ଉତ୍ପାଦିତ କପାକୁ ବିକ୍ରି କରିବା ପାଇଁ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି କପାରେ ବେଶୀ ଆଦ୍ରତା ରହୁଥିବାରୁ କପା ମିଲ ମାଲିକମାନେ କପା କିଣିବା ପାଇଁ ମଣ୍ଡିକୁ ଆସୁ ନଥିବା ଉପ ଜିଲ୍ଲାପାଳ କହିଛନ୍ତି । ପ୍ରଶାସନ ପକ୍ଷରୁ ବଲାଙ୍ଗୀର ଓ କଣ୍ଟାବାଜିରେ ଥିବା ପ୍ରାୟ 14ଟି ମିଲ ମାଲିକମାନେ ଚାଷୀମାନଙ୍କ କପା କିଣିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ହେଲେ କପାର ଆଦ୍ରତା ବେଶି ରହୁଥିବାରୁ ମିଲ ମାଲିକମାନେ ବି କପା ନେବା ପାଇଁ ଅମଙ୍ଗ ହେଉଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ ପରିମାଣର କପା ଚାଷ ହେଉଥିବା ବେଳେ ଏହାର ବିକ୍ରୀ ପାଇଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମିଲର୍ସ ମାନେ ଅମଙ୍ଗ ହେଉଥିବାରୁ କପା ସଂଗ୍ରହ ହୋଇ ପାରୁନାହିଁ । ସେପଟେ ଟାଣ ଖରାରେ ଶୁଖାଇ କପାର ଆଦ୍ରତା କମାଇ ମଣ୍ଡିକୁ ଆଣିଲେ ଚାଷୀମାନଙ୍କ ପାଖରୁ କପା ସଂଗ୍ରହ କରି ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ