ETV Bharat / state

କୋରୋନାରେ ସଂକ୍ରମିତ କୋରୋନା ଯୋଦ୍ଧା

author img

By

Published : Sep 8, 2020, 3:36 PM IST

Updated : Sep 8, 2020, 5:21 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଶହ ଶହ କୋରୋନା ରିପୋର୍ଟ ପଜିଟିଭ ଆସୁଛି । ମଙ୍ଗଳବାର ପୁଣି 107 ଜଣ କୋରୋନାରେ ସଂକ୍ରମିତ ଥିବା ରିପୋର୍ଟ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାରେ ସଂକ୍ରମିତ କୋରୋନା ଯୋଦ୍ଧା
କୋରୋନାରେ ସଂକ୍ରମିତ କୋରୋନା ଯୋଦ୍ଧା

ସୁବର୍ଣ୍ଣପୁର: କେବେ ଥମିବ କୋରୋନା । ବିଶ୍ବ ସମେତ ଛୋଟ ବଡ଼ ଗ୍ରାମକୁ କବଜା କରିଛି କୋଭିଡ ମହାମାରୀ । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଶହ ଶହ କୋରୋନା ରିପୋର୍ଟ ପଜିଟିଭ ଆସୁଛି । ମଙ୍ଗଳବାର ପୁଣି 107 ଜଣ କୋରୋନାରେ ସଂକ୍ରମିତ ଥିବା ରିପୋର୍ଟ ମିଳିଛି । ତେବେ ଜରୁରୀକାଳୀନ ପରିସ୍ଥିତିରେ ଦିନରାତି ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ବି ଏହି ମହାମାରୀର ଶିକାର ହେଉଥିବା ଦେଖିବାକୁ ମିଳୁଛି ।

କୋରୋନାରେ ସଂକ୍ରମିତ କୋରୋନା ଯୋଦ୍ଧା

ସହରର ତିନିଜଣ ପୋଲିସ କର୍ମଚାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତିନିଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଏବେ ଲକଡାଉନ, ସଟଡାଉନ ଅବା କର୍ଫ୍ୟୁ ବାତିଲ ହୋଇ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହି ମହାମାରୀକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ କରୁଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 8, 2020, 5:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.