ETV Bharat / state

ସୁବର୍ଣ୍ଣପୁରରେ ଜୋରଦାର ଚାଲିଛି କୋରୋନା ଟେଷ୍ଟିଂ

author img

By

Published : Jun 7, 2021, 11:20 AM IST

ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନା ଟେଷ୍ଟିଂକୁ ବ୍ୟାପକ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଜୋରଦାର ହେଲା କୋରୋନା ପରୀକ୍ଷା

ସୁବର୍ଣ୍ଣପୁର: ଜିଲ୍ଲାରେ କୋରୋନା ସଂକ୍ରମଣ କମୁଥିଲେ ସୁଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ପରୀକ୍ଷାକୁୁ ଜୋରଦାର କରାଯାଇଛି । ସ୍ବାସ୍ଥ୍ୟ କର୍ମୀମାନେ ଗାଁରୁ ସହର ବୁଲି ବୁଲି ଆଣ୍ଟିଜେଣ୍ଟ ପରୀକ୍ଷା କରୁଛନ୍ତି । ସଂକ୍ରମଣ ହେଉଥିବା ଅଞ୍ଚଳ ଗୁଡିକରେ ସ୍ବାସ୍ଥ୍ୟ କର୍ମୀମାନେ ଆବଶ୍ୟକ ଉପକରଣ ନେଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ତେବେ ଯେଉଁ ମାନେ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ପାଖ ପଡୋଶୀଙ୍କର ମଧ୍ୟ କୋରୋନା ପରୀକ୍ଷା କରୁଛନ୍ତି । ଆଣ୍ଟିଜେଣ୍ଟ ଟେଷ୍ଟ ସହିତ ଆରଟିପିସିଆର ପରୀକ୍ଷା କରାଯାଉଛି । ଜିଲ୍ଲାରେ ସଂକ୍ରମଣ କମିଥିଲେ ସୁଦ୍ଧା କୋରୋନା ପରୀକ୍ଷା ଓ ଟୀକାକରଣରୁ କେହି ଯେମିତି ବଞ୍ଚିତ ନ ହେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବେଶ ଯତ୍ନବାନ ହୋଇଛି । ସ୍ବାସ୍ଥ୍ୟ ବିଭାଗର ଏହି ସେବା ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.