ETV Bharat / state

କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କଲେ ବିଡିଓ - ସୁବର୍ଣ୍ଣପୁର ନ୍ୟୁଜ

ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଳକର ଅଡାଳ ଗାଁରେ ଜଣେ କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କରିଛନ୍ତି ବିଡିଓ । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କଲେ ବିଡିଓ
କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କଲେ ବିଡିଓ
author img

By

Published : May 12, 2021, 7:27 AM IST

ସୁବର୍ଣ୍ଣପୁର: କୋରୋନା ମହାମାରୀର ଦ୍ବିତୀୟ ଲହରରେ ସଂକ୍ରମଣ ଯେତିକି ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବୃଦ୍ଧି ହେଉଛି । ସଂକ୍ରମଣ ଭୟରେ ବନ୍ଧୁ ପରିଜନ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଭୟ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ମୃତ କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କରୁଥିବା ଦେଖାଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଳକର ଅଡାଳ ଗାଁରେ ।

କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କଲେ ବିଡିଓ

ଗାଁର ଜଣେ ମହିଳା ଗତ ୩ ଦିନ ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ମାତ୍ର ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା । କୋଭିଡ ଆକ୍ରାନ୍ତ ହୋଇଥିବାରୁ ପରିବାର ଓ ସମ୍ପର୍କୀୟ ଦାହ ପାଇଁ ଆଗକୁ ଆସି ନଥିଲେ । ଏଭଳି ସ୍ଥିତିରେ ଆଗକୁ ଆସିଥିଲେ ଜିଲ୍ଲା ପ୍ରଶାସନ ।

ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆଙ୍କ ନେତୃତ୍ବରେ ସହକାରୀ ଯନ୍ତ୍ରୀ ବିନିତ ଲାକ୍ରା, ବ୍ଳକ କର୍ମଚାରୀ ସାରାମ ମିଶ୍ର, ସଞ୍ଜୟ ଦାସ ଓ ଖଣ୍ଡହତାର ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ସାହୁ ପ୍ରମୁଖ ମିଳିତ ଭାବେ ନିକଟସ୍ଥ ଶ୍ମଶାନ ଘାଟରେ ମହିଳାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ବିଡ଼ିଓଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.