ETV Bharat / state

କୋରୋନା ମୁକାବିଲା: ସହରର ମୁଖ୍ୟ ଛକରେ ପୋଲିସ ମୁତୟନ - Police deployed at the city's main square

ମହାମାରୀ କୋରୋନା ଭୂତାଣୁର ସମ୍ପ୍ରସାରଣ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ ପାଳନ କରାଯାଉଛି । ଅଧିକ ପଢନ୍ତୁ...

Corona confrontation: Police deployed at the city's main square
କୋରୋନା ମୁକାବିଲା: ସହରର ମୁଖ୍ୟ ଛକରେ ପୋଲିସ ମୁତୟନ
author img

By

Published : Mar 26, 2020, 11:11 PM IST

ସୁବର୍ଣ୍ଣପୁର: ମହାମାରୀ କୋରୋନା ଭୂତାଣୁର ସମ୍ପ୍ରସାରଣ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ ପାଳନ କରାଯାଉଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓ ମିହିର ପଣ୍ଡା, ସଦର ଥାନା ଅଧିକାରୀ ଲୋକେସ ସାହୁ ସହରର ଗଳିକନ୍ଦି ବୁଲି ଲୋକଙ୍କୁ ସଚେତନ କରିବା ସହିତ ଲକଡାଉନକୁ କଡାକଡି କରିଛନ୍ତି ।

କୋରୋନା ମୁକାବିଲା: ସହରର ମୁଖ୍ୟ ଛକରେ ପୋଲିସ ମୁତୟନ

ସହରର ମୁଖ୍ୟ ଛକରେ ପୋଲିସ ମୁତୟନ କରାଯାଇଛି । ଜିଲ୍ଲା ଭିତରକୁ ଆସୁଥିବା ପ୍ରବେଶ ପଥ ସବୁ ସିଲ କରି ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ମାଲ ନେଇ ଆସୁଥିବା ଗାଡି ମୋଟର ଗୁଡିକ ଜିଲ୍ଲା ଭିତରକୁ ଆସିବା ପାଇଁ ଅନୁମତି ଦିଆଯାଇଛି । ବୁଧବାର 2ଟି ଦୋକାନୀଙ୍କ ନାଁରେ ମାମଲା ରୁଜୁ ହେବା ପରେ ଗୁରୁବାର ପୋଲିସ ଭୟରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଲକଡାଉନ ଭଙ୍ଗ କରୁଥିବା ଲୋକଙ୍କ ଉପରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛି । ପୋଲିସର ଏହି କାର୍ଯ୍ୟକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.