ETV Bharat / state

ସାର ସମସ୍ୟା ନେଇ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କୁ ଘେରାଉ - ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କୁ ଘେରାଉ

ଶନିବାର ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

cordoned the district deputy director of agriculture
ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କୁ ଘେରାଉ
author img

By

Published : Sep 5, 2020, 3:35 PM IST

ସୁବର୍ଣ୍ଣପୁର: ଶନିବାର ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । କୃଷକ ସଙ୍ଗଠନ ସଭାପତି ରାଜିନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଚାଷୀମାନେ ୟୁରିଆ ସାର ଯୋଗାଇ ଦେବା ଦାବିରେ ଏହି ଆନ୍ଦୋଳନ କରିଛନ୍ତି ।

ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କୁ ଘେରାଉ

ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ଅସାଧୁ ବ୍ୟବସାୟୀ ଓ କୃଷି ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ୟୁରିଆ ସାରର କୁତ୍ରିମ ଅଭାବ ଦେଖା ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏବେ ସାରର ଅଭାବରେ ଚାଷୀମାନେ ବେଶ ହଇରାଣ ହେଉଛନ୍ତି । କେଉଁ ଜାଗାରେ ରାଜସ୍ବ ଅଧିକାରୀଙ୍କୁ ମାଡ଼ ହେଉଛି ତ କେଉଁଠି ଚାଷୀମାନେ ସାର ଗୋଦାମ ଆଗରେ ଆନ୍ଦୋଳନ କରୁଛନ୍ତି ।

ତେବେ ତିନିଦିନ ଭିତରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆ ନ ଗଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚାଷୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି ।

ଦାବି ପୂରଣ ପାଇଁ ଜିଲ୍ଲାପାଳ ମନୀଷା ବାନର୍ଜୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.