ETV Bharat / state

ଶିଳାନ୍ୟାସକୁ 4 ବର୍ଷ, ତଥାପି ନିର୍ମାଣ ହୋଇପାରୁନି ଡାକ୍ତରଖାନା କୋଠା

ଚାରି ବର୍ଷ ହେବ ଶିଳାନ୍ୟାସ ପରେ ବି ନିର୍ମାଣ ହୋଇପାରୁନାହିଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଅଧିକ ପଢନ୍ତୁ...

author img

By

Published : May 26, 2021, 10:18 AM IST

ନିର୍ମାଣ ହୋଇପାରୁନି ଡାକ୍ତରଖାନା କୋଠା
ନିର୍ମାଣ ହୋଇପାରୁନି ଡାକ୍ତରଖାନା କୋଠା

ସୁବର୍ଣ୍ଣପୁର: ଆରମ୍ଭ ହୋଇପାରୁନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାମ । ଚାରି ବର୍ଷରୁ ଅଧିକ ହେବ ଶିଳାନ୍ୟାସ ହେବା ପରେ ଆରମ୍ଭ ହୋଇପାରୁନି ନିର୍ମାଣ କାମ । ଏ ନେଇ ଜିଲ୍ଲାବାସୀଙ୍କ ଭିତରେ ଅସନ୍ତୋଷ ବଢି ବଢି ଚାଲିଛି ।

ନିର୍ମାଣ ହୋଇପାରୁନି ଡାକ୍ତରଖାନା କୋଠା

ପ୍ରକାଶ ଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ 24 ଜୁଲାଇ 2017ରେ ଜିଲ୍ଲା ସଦର ମହକୁମାରେ ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାର ଶିଳାନ୍ୟାସ କରିଥିଲେ । 200 ଶଯ୍ୟା ବିଶିଷ୍ଟ ଏହି କୋଠା ନିର୍ମାଣ ପାଇଁ ପ୍ରଥମେ 55 କୋଟି ଟଙ୍କାର ଅନୁଦାନ ଅନୁମୋଦନ କରିଥିଲେ ସରକାର । ନୂତନ କୋଠା ସାତ ମହଲା ବିଶିଷ୍ଟ ହେବାକୁ ଥିବା ବେଳେ 300 ଶଯ୍ୟା ବିଶିଷ୍ଟ ହେବ ବୋଲି ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ 7 ନଭେମ୍ବର 2019ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ,5ଟି ସଚିବ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସ୍ୱାସ୍ଥ୍ୟ ଟିମ ପରିଦର୍ଶନ କରିବାର ଗୋଟିଏ ମାସ ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ଗୋଟିଏ ମାସ ଭିତରେ ଆରମ୍ଭ କରିବା ପାଇଁ ଘୋଷଣା କରିଥିଲେ । ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ବି ଘୁଞ୍ଚି ଯାଉଛି ।

ସୁବର୍ଣ୍ଣପୁର ଜିଲ୍ଲା ସହିତ ବୌଦ୍ଧ ଜିଲ୍ଲାର ପ୍ରାୟ 40 ଗୋଟି ପଞ୍ଚାୟତର ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ଆସୁଛନ୍ତି । ଏବେ ମାତ୍ର 120 ଶଯ୍ୟା ଚିକିତ୍ସାଳୟର କ୍ଷମତା ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବାରମ୍ବାର ଘୋଷଣା ପରେ ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ହୋଇ ପାରୁ ନାହିଁ । ଏ ନେଇ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ବିଜେପି ଏହାକୁ ସମାଲୋଚନା କରିଛି । ଯେତେ ଶୀଘ୍ର ସମ୍ଭବ ନିର୍ମାଣ କାମ ଆରମ୍ଭ କର ନଚେତ ଅନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବିଜେପି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.