ETV Bharat / state

ଚାଷୀ ପାଇଁ କଂଗ୍ରେସର ଆନ୍ଦୋଳନ - farmers problem

ସୁବର୍ଣ୍ଣପୁରରେ ଚାଷୀର ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ । ଆଜକୁ 18 ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛି ଦଳ । ଅଧିକ ପଢନ୍ତୁ...

congress strike in subarnapur for farmer
ଚାଷୀ ପାଇଁ କଂଗ୍ରେସର ଆନ୍ଦୋଳନ
author img

By

Published : Jul 10, 2021, 10:30 AM IST

ସୁବର୍ଣ୍ଣପୁର: ଚାଷୀର ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି । କୃଷି ଓ କୃଷକର ସମସ୍ୟା ସମାଧାନ ଦାବିରେ ଆଜକୁ 18 ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛି । ବିଶେଷକରି ହୀରାକୁଦ ଜଳସେଚିତ ଅଞ୍ଚଳ ବିନିକା ଓ ଡୁଙ୍ଗୁରିପାଲି ବ୍ଳକରେ ଗତ ରବି ଋତୁ ଧାନ କିଣାରେ ବ୍ୟାପକ ଅନିୟମିତତାକୁ ଆଧାର କରି ଏହି ଆନ୍ଦୋଳନ କରାଯାଉଛି ।

ଚାଷୀ ପାଇଁ କଂଗ୍ରେସର ଆନ୍ଦୋଳନ

ଡୁଙ୍ଗୁରିପାଲି ଓ ବିନିକା ବ୍ଳକ ଘେରାଉ କାର୍ଯ୍ୟକ୍ରମ ସହିତ ରାମପୁର ଓ ବିନିକା ତହସିଲରେ ଚାଷୀମାନେ ଶହ ଶହ କୁଇଣ୍ଟାଲ ଧାନ ଗଦା କରି ଦେଇଛନ୍ତି । ଟୋକନ ଲ୍ୟାପ୍ସ ହୋଇଥିବା ଯୋଗୁଁ ଚାଷୀମାନେ ରବି ଋତୁରେ ଉତ୍ପାଦିତ ଧାନକୁ ବିକ୍ରି କରି ପାରିନାହାନ୍ତି ।

ସେହିପରି ଲ୍ୟାପ୍ସ ଟୋକନକୁ ପୁଣି ଅନୁମତି ଦେବା ,ଜୁଲାଇ 25 ପର୍ଯ୍ୟନ୍ତ ଧାନ କିଣା ସମୟ ବର୍ଦ୍ଧିତ କରିବା ,ଧାନ କୁଇଣ୍ଟାଲ ପିଛା 5 ଶହ ଟଙ୍କା ବୋନସ ପ୍ରଦାନ କରିବା ,କୁଇଣ୍ଟାଲ ପିଛା ଦର 2950 ଟଙ୍କାକୁ ବର୍ଦ୍ଧିତ କରିବା ଆଦି ଦାବି କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ପାତ୍ର କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.