ETV Bharat / state

ଧାନ କିଣା ସମସ୍ୟା, 11 ଦିନରେ ପହଞ୍ଚିଲା କଂଗ୍ରେସର ଆନ୍ଦୋଳନ - Congress district news

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଚାଷୀ ସମସ୍ୟା ନେଇ ପ୍ରତିବାଦ ଜାରି ରଖିଛନ୍ତି । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାରଣା ଦେଇଛି ଦଳ । ସମସ୍ୟା ସମାଧାନ ନହେଲେ ବ୍ୟାପକ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ...

ଧାନ କିଣା ସମସ୍ୟା, 11 ଦିନରେ ପହଞ୍ଚିଲା କଂଗ୍ରେସର ଆନ୍ଦୋଳନ

author img

By

Published : Jul 3, 2021, 4:24 PM IST

ସୁବର୍ଣ୍ଣପୁର : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଧାନ କ୍ରୟକୁ ନେଇ ଆଜକୁ 11 ଦିନ ହେଲା ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ସେହିପରି ବିନିକା ତହସିଲ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ମଧ୍ୟ ଧାନବସ୍ତା ରଖି ପ୍ରତିବାଦ କରିଛନ୍ତି ।

ଧାନ କିଣା ସମସ୍ୟା, 11 ଦିନରେ ପହଞ୍ଚିଲା କଂଗ୍ରେସର ଆନ୍ଦୋଳନ

ଆଗାମୀ ସୋମବାର ଦିନ ଡଙ୍ଗୁରିପାଲିରେ ଜୋରଦାର ଆନ୍ଦୋଳନ କରିବା ପାଇଁ ଜିଲ୍ଲା କଂଗ୍ରେସ ନିଷ୍ପତ୍ତି ନେଇଛି । ତେବେ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ସମାଧାନ ହେଉ ନ ଥିବାରୁ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରଖିବା ସହିତ ଧାନ ସଂଗ୍ରହ ନୀତିକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଛି । ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ସବୁ ବଳକା ଧାନ ସଂଗ୍ରହ କରିବା, ସମସ୍ତ ଲ୍ୟାପ୍ସ ଟୋକନ ପୁନଃକାର୍ଯ୍ୟକ୍ଷମ କରିବା ,ରବି ଧାନ କ୍ରୟ ସମୟ ସୀମା ଆଗାମୀ ଜୁଲାଇ 15 ପର୍ଯ୍ୟନ୍ତ ବର୍ଦ୍ଧିତ କରିବା , ଧାନ କୁଇଣ୍ଟାଲ ପ୍ରତି ଚାଷୀଙ୍କୁ 5 ଶହ ଟଙ୍କା ବୋନସ ପ୍ରଦାନ କରିବା ,କେନ୍ଦ୍ର ସରକାର ତୁରନ୍ତ ଧାନ କୁଇଣ୍ଟାଲ ପ୍ରତି 2930 ଟଙ୍କାକୁ ବର୍ଦ୍ଧିତ କରିବା ଦାବି କରି ଏହି ଆନ୍ଦୋଳନ କରାଯାଉଛି ।

କଂଗ୍ରେସ କର୍ମୀମାନେ ଜିଲ୍ଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ବାଜି କରୁଛନ୍ତି । ତୁରନ୍ତ ଚାଷୀଙ୍କ ଦାବି ପୂରଣ ନ ହେଲେ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ନେଇ ଚେତାବନୀ ଦେଇଛି ଦଳ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.