ସୁବର୍ଣ୍ଣପୁର: ବନ୍ୟା ପରର ସ୍ଥିତି ପରିଦର୍ଶନରେ ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର । ବନ୍ୟା ପ୍ରଭାବିତ ଚାଷୀଙ୍କ ସହ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି । ନରସିଂହ ମିଶ୍ରଙ୍କ ସହିତ ଜିଲ୍ଲାର ଅନେକ କଂଗ୍ରେସ ନେତା ମଧ୍ୟ ପରିଦର୍ଶନରେ ଯାଇଥିଲେ।
ଗତ ମହାନଦୀ ବନ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଉଲୁଣ୍ଡା ବ୍ଲକର ନିମନା, ଦସରାଜପୁର ଓ ମୁଣ୍ଡଘାଟ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଚାଷୀ ମାନଙ୍କ ପକ୍ଷରୁ ନରସିଂହ ମିଶ୍ରଙ୍କ ଆଗରେ କୃଷିରେ ହୋଇଥିବା କ୍ଷୟକ୍ଷତି ଓ ଘରଭାଙ୍ଗି ବାସହରା ହୋଇଥିବା ବ୍ୟକ୍ତିମାନେ ସହାୟତା ପାଇଁ ଦାବି ଉପସ୍ଥାପନ କରିଥିଲେ।
ଚାଷୀମାନଙ୍କ ପାଇଁ କୃଷି ସହାୟତା ଓ ବାସହରା ପରିବାରମାନଙ୍କ ପାଇଁ ଘର ତିଆରି ପାଇଁ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଜିଲ୍ଲାର ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଏହି ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ