ETV Bharat / state

ସୋନପୁରରେ ଗାଁ ଗାଁ ବୁଲି ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ

ଗାଁ ଗାଁ ବୁଲି ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ । ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ତରଂଜନ ମିଶ୍ର ଆଜି ସଦର ପୌର ପରିଷଦ ଅଞ୍ଚଳରେ ପ୍ରଚାର କରିଛନ୍ତି । ଝୁପୁଡିପଡାର ଘର ଘର ବୁଲି ପଡାରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ସେ ।

author img

By

Published : Apr 12, 2019, 11:15 PM IST

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ତରଂଜନ ମିଶ୍ର ଆଜି ସଦର ପୌର ପରିଷଦ ଅଞ୍ଚଳରେ ପ୍ରଚାର କରିଛନ୍ତି । ପ୍ରଥମେ ୱାର୍ଡ ନଂ-1 ବ୍ଳକ ଛକର ଝୁପୁଡିପଡାକୁ ଯାଇ ସେ ଲୋକଙ୍କ ସହିତ ମିଶିଥିଲେ । କଂଗ୍ରେସ ସପକ୍ଷରେ ମତଦାନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ଝୁପୁଡିପଡାର ଘର ଘର ବୁଲି ପଡାରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତିଟି ଗରିବ ପରିବାରକୁ ମାସିକ 6 ହଜାର ଟଙ୍କା ଦିଆଯିବ ବୋଲି କହି ଭୋଟର ମାନଙ୍କୁ ଆକୃଷ୍ଟ କରିଥିଲେ। ଶିକ୍ଷା ,ସ୍ବାସ୍ଥ୍ୟ ,ଗମନା ଗମନ ,ବିଜୁଳି ଆଦି ସମସ୍ୟାର ସମାଧାନ କରାଯିବା ସହିତ ପଡାରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ ।

ସଦର ବ୍ଳକର ଅଙ୍ଗ ଜଳସେଚନ କେନାଲ ସଂପୂର୍ଣ୍ଣ ହୋଇ ନ ଥିବାରୁ ସେ ଜଳସେଚନ ମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ଟାର୍ଗେଟ କରିଥିଲେ । ସେହିପରି କଂଗ୍ରେସ ଅମଳରେ ପ୍ରତିଷ୍ଠିତ ସହରର ଏକମାତ୍ର ଶିଳ୍ପ ସୋନପୁର ସୂତାକଳ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ବିଜେଡି ସରକାରଙ୍କୁ ଦାୟୀ କରିଥିଲେ । ବିଶେଷକରି ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ’ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ବୁଝାଇ ଭୋଟ ହାତେଇବାର ସମସ୍ତ ପ୍ରଚେଷ୍ଟା କରିଥିଲେ କଂଗ୍ରେସ ପ୍ରାର୍ଥୀ ଚିତ୍ତରଂଜନ ମିଶ୍ର । ସଦର ପୌର ପରିଷଦର ପଟାଭାଡି,ଘୋଡାଘାଟ ପଡା ,ଥନାପତିପଡା,ବଡବଜାର ,କୁମ୍ଭାରପଡା ଆଦିରେ ବି ନିର୍ବାଚନ ପ୍ରଚାର କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.