ETV Bharat / state

ସୁବର୍ଣ୍ଣପୁର ସର୍କିଟ ହାଉସରେ କୁଢକୁଢ ଆବର୍ଜନା - ସର୍କିଟ ହାଉସ

ସୁବର୍ଣ୍ଣପୁର ସହରର ସରକାରୀ ସର୍କିଟ ହାଉସରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଫେଲ ମାରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jun 16, 2019, 10:30 PM IST

Updated : Jun 16, 2019, 11:06 PM IST

ସୁବର୍ଣ୍ଣପୁର: ସହରର ସରକାରୀ ସର୍କିଟ ହାଉସରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଫେଲ ମାରିଛି । ସରକାରୀ କାର୍ଯ୍ୟରେ ବ୍ୟବହୃତ ଏହି ସର୍କିଟ ହାଉସ ଚାରିପଟରେ କୁଢକୁଢ ଆବର୍ଜନା ସାଙ୍ଗକୁ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ସହର ଉପକଣ୍ଠରେ ରହିଛି ସର୍କିଟ ହାଉସ । ସର୍କିଟ ହାଉସର ରାସ୍ତାଟିକୁ ବାଦ ଦେଲେ ପରିସରରେ କୁଢକୁଢ ଆବର୍ଜନା ପଡି ରହିଛି । ଚତୁର୍ଦ୍ଦିଗରେ ବ୍ୟାପକ ପରିମାଣର ପାଣି ବୋତଲ ସାଙ୍ଗକୁ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଓ ବିୟର ବୋତଲ ପଡିଛି । ରନ୍ଧାଶାଳର ଅପରପାର୍ଶ୍ବରେ ଆବର୍ଜନା ଗଦା ହୋଇଛି । ଡଷ୍ଟବିନ ରହିଛି ହେଲେ ତାର ସଠିକ ବ୍ୟବହାର କରାଯାଇ ପାରୁନାହିଁ । ସର୍କିଟ ହାଉସ ମଧ୍ୟ ଭାଗରେ ଥିବା ସୁନ୍ଦର ଉଦ୍ୟାନଟି ନଷ୍ଟ ହୋଇଯାଇଛି ।

ଅତିଥିଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାରିଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ଅବହେଳା ଯୋଗୁଁ ସର୍କିଟ ହାଉସରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଫେଲ ମାରିଛି । ଅପରପକ୍ଷରେ ସର୍କିଟ ହାଉସ ପରିସରରେ ବ୍ୟାପକ ପରିମାଣର ମଦ ବୋତଲ ପଡିଥିବା କଥାକୁ ଅତିରିକ୍ତ ଜିଲ୍ଲାପାଳ ଅସ୍ବୀକାର କରିଛନ୍ତି । ଏହା ସହିତ ଆମ ପ୍ରତିନିଧିଙ୍କ ଉପସ୍ଥିତିରେ ଉଦ୍ୟାନ ପୁନଃ ନିର୍ମାଣ ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ସଦର ପୌର ପରିଷଦକୁ ଫୋନ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

sample description
Last Updated : Jun 16, 2019, 11:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.