ETV Bharat / state

ଅଙ୍ଗନଦୀ ଓ ମହାନଦୀ ପୋଲ ନିକଟରେ ଟୋଲ ଟ୍ୟାକ୍ସ ବନ୍ଦ ପାଇଁ ଉଠିଲା ଦାବି - ସଚେତନ ନାଗରିକ ମଞ୍ଚ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଙ୍ଗନଦୀ ବ୍ରିଜ ଓ ସୋନପୁର ମହାନଦୀ ବ୍ରିଜ ପାଇଁ ଟୋଲ ଆଦାୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଜିଲ୍ଲାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୁଣି ଦାବି ଉଠିଛି । ଅଧିକ ପଢ଼ନ୍ତୁ

citizen awareness union demand stopping toll tax
ମହାନଦୀ ପୋଲ ନିକଟ ଟୋଲ ଟ୍ୟାକ୍ସ ବନ୍ଦ ପାଇଁ ଉଠିଲା ଦାବି
author img

By ETV Bharat Odisha Team

Published : Sep 10, 2023, 10:13 PM IST

ମହାନଦୀ ପୋଲ ନିକଟ ଟୋଲ ଟ୍ୟାକ୍ସ ବନ୍ଦ ପାଇଁ ଉଠିଲା ଦାବି

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ଅଙ୍ଗନଦୀ ବ୍ରିଜ ଓ ସୋନପୁର ମହାନଦୀ ବ୍ରିଜ ପାଇଁ ଟୋଲ ଆଦାୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଜିଲ୍ଲାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୁଣି ଦାବି ଉଠିଛି । ସୁବର୍ଣ୍ଣପୁର ଜିଲ୍ଲାବାସୀ ବିଭିନ୍ନ ସମୟରେ ଉଭୟ ଅଙ୍ଗନଦୀ ପୋଲ ଓ ମହାନଦୀ ପୋଲ ପାଇଁ ଆଦାୟ ଟୋଲ ଦେୟ ବନ୍ଦ ପାଇଁ ସରକାରଙ୍କ ଠାରେ ଦାବି କଲାପରେ ବି ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ କରି ତୁରନ୍ତ ଦାବି ପୂରଣ ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

ବିନିକା-ସୁବର୍ଣ୍ଣପୁର ରାଜ୍ୟ ରାଜପଥର ଅଙ୍ଗନବୀ ବ୍ରିଜ ପାଇଁ ୧୯୯୩ ମସିହାରୁ ଆଜକୁ ପ୍ରାୟ 30 ବର୍ଷ ଧରି ଟୋଲ ଦେୟ ଆଦାୟ କରାଯାଉଛି । ସୂଚନା ଆଇନ ମାଧ୍ୟମରେ ପ୍ରାପ୍ତ ସୂଚନା ଅନୁଯାୟୀ ଆଜିଯାଏଁ ସର୍ବମୋଟ ୧୨ କୋଟି ୬୬ଲକ୍ଷ ୪୭ହଜାର ୧୭୬ଟଙ୍କା ସରକାରୀ ରାଜକୋଷ ଆଦାୟ କରାଯାଇଛି । ସେହିପରି ୨୦୦୪ ମସିହାରୁ ଆଜକୁ ପ୍ରାୟ ୨୦ ବର୍ଷ ହେବ ସୋନପୁର ମହାନଦୀ ପାଇଁ ୧୫ କୋଟି ୨୩ ଲକ୍ଷ ୮୭ ହଜାର ୯୯୪ ଟଙ୍କା ରାଜକୋଷକୁ ଯାଇ ସାରିଛି । କିନ୍ତୁ ୨୦୦୪ ମସିହାରୁ ବୌଦ୍ଧ ମହାନଦୀ ପୋଲ ପାଇଁ ୨୦୧୮ ମସିହା ଯାଏଁ ୮ କୋଟି ୩୪ ଲକ୍ଷ ୩୯ ହଜାର ୩୫୫ ଟଙ୍କା ରାଜକୋଷ ଆୟ କଲାପରେ ୭ ମେ ୨୦୧୮ ତାରିଖରୁ ଟୋଲ ଆଦାୟ ବନ୍ଦପାଇଁ ସରକାର ନିର୍ଦ୍ଦେଶାନାମା ଜାରିକରି ଟୋଲ ଆଦାୟକୁ ବନ୍ଦ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାବାସୀ ବିଭିନ୍ନ ସମୟରେ ଉଭୟ ଅଙ୍ଗନଦୀ ପୋଲ ଓ ମହାନଦୀ ପୋଲ ପାଇଁ ଆଦାୟ ଟୋଲ ଦେୟ ବନ୍ଦ ପାଇଁ ସରକାରଙ୍କ ନିକଟରେ ଦାବି କଲାପରେ ବି ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ଦାବିକୁ ଅଣଦେଖା କରି ଆସୁଛନ୍ତି । ତେବେ ତୁରନ୍ତ ଦାବି ପୁରଣ ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି l

ଏହା ମଧ୍ୟ ପଢ଼ନ୍ତୁ: ଟୋଲଗେଟ ଆଦାୟ ନେଇ ତୁମୁଳକାଣ୍ଡ, କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକଙ୍କ ମଧ୍ୟରେ ସଂଘର୍ଷ

ତେବେ ଆସନ୍ତା ଏକମାସ ମଧ୍ୟରେ ରାଜ୍ୟ ସରକାର ଯଦି ଏହି ଉଭୟ ଅଙ୍ଗନଦୀ ଓ ତେଲନଦୀ ପୋଲ ପାଇଁ ଟୋଲ ଆଦାୟ ସଂପୂର୍ଣ୍ଣ ବନ୍ଦ ପାଇଁ ଆଦେଶ ନ ଦିଅନ୍ତି, ତେବେ ଜିଲ୍ଲାର ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲେଇ ଦାବି ହାସଲ ପର୍ଯ୍ୟନ୍ତ ଲଢେଇ କରିବାକୁ ବାଦଅୟ ହେବେ ସଚେତନ ନାଗରିକ ମଞ୍ଚ ସୂଚନା ଦେଇଛି । ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର ଆବାହକ ଶ୍ୟମା ଓମ୍‌ ପ୍ରସାଦ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.