ETV Bharat / state

ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଶିଶୁ, ଥଇଥାନ ନେଇ ଦାବି - ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷାର ବିକଳ ଚିତ୍ର

ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷାର ବିକଳ ଚିତ୍ର । ସ୍କୁଲ ବଦଳରେ ଶ୍ରମ କରୁଛନ୍ତି ଶିଶୁ । ଅଧିକ ପଢ଼ନ୍ତୁ

child labour in subarnapur
child labour in subarnapur
author img

By

Published : Mar 3, 2023, 8:00 PM IST

ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଶିଶୁ

ସୁବର୍ଣ୍ଣପୁର: ରାଜ୍ୟରେ ଶିଶୁ ବିକାଶ କ୍ଷେତ୍ରରେ ସରକାର ଅନେକ ଯୋଜାନା କରିଛନ୍ତି । ସଭିଏଁ ପଢ଼ନ୍ତୁ ସଭିଏଁ ବଢନ୍ତୁର ନାରା ଦେଉଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିଛି ଅଲଗା । ଅନେକ ପିଲାଙ୍କ ପାଇଁ ପାଠପଢ଼ା ଯେମିତି ସାତସପନ ପାଲଟିଛି ପ୍ରତ୍ୟେକ ମୂହୁର୍ତ୍ତରେ ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦେଖିବାକୁ ମିଳୁଛି । ଶିଶୁମାନେ ସାର୍ବଜନୀନ ପ୍ରାଥମିକ ଶିକ୍ଷାରେ ସାମିଲ ହୋଇ ପାରୁନଥିବା ବେଳେ ପରିବାର ଚଳାଇବା ପାଇଁ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଛନ୍ତି ।

କେହିକେହି ବିଦ୍ୟାଳୟ ପ୍ରବେଶ କରି ପାଠପଢା ଅଧାରୁ ଛାଡ଼ି ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ତ ଆଉ କେହି ବିଦ୍ୟାଳୟ ବାଟ ମାଡ଼ି ନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସହରରେ ହୋଟେଲ, ଗ୍ୟାରେଜ, ବିଭିନ୍ନ ଦୋକାନ ତଥା କୃଷି ଭିତ୍ତିକ ଶିଳ୍ପରେ ଶିଶୁମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି 5ରୁ 14 ବର୍ଷର ଶିଶୁମାନେ ଶ୍ରମ କରୁଥିବା ଦେଖିବାକୁ ମିଳିଛି । ପ୍ରତ୍ୟହ ଶହଶହ ଶିଶୁ ସହରରେ ପ୍ଲାଷ୍ଟିକ ବୋତଲ, ପଲିଥିନ, ଭଙ୍ଗା ଟିଣ, ଲୁହା ଆଦି ବିଭିନ୍ନ ଅଳିଆ ଗଦାରୁ ସଂଗ୍ରହ କରି ବିକ୍ରି କରୁଥିବା ବି ଦେଖିବାକୁ ମିଳୁଛି । ଜିଲ୍ଲାର ଶିଶୁ ସୁରକ୍ଷା କମିଟି ସକ୍ରିୟ ଥିଲେ ହେଁ ଶିଶୁ ଶ୍ରମିକଙ୍କ ପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି ।

ପ୍ରାୟ 6 ମାସ ତଳେ ଜିଲ୍ଲାପାଳ ଅବୋଲି ନରୱଣେଙ୍କ ପ୍ରୟାସରେ ଯାଯାବର ଜୀବନଯାପନ କରି ବଞ୍ଚୁଥିବା କିଛି ଶିଶୁଙ୍କୁ ପ୍ରାଥମିକ ଶିକ୍ଷାରେ ସାମିଲ କରିଥିଲେ । ସେହି ଶିଶୁମାନଙ୍କ ପିତାମାତାଙ୍କ ହାତକୁ କାମ ଯୋଗାଇ ଦେବା ସହିତ ଶିଶୁମାନଙ୍କୁ ଆବଶ୍ୟକ ପୋଷାକ, ପାଠ୍ୟ ପୁସ୍ତକ ଆଦି ପ୍ରଦାନ କରି ଏକ ସମାରୋହ ମାଧ୍ୟମରେ ସହରର ମଝିପଡା ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ସୁରକ୍ଷା କମିଟି ବିଭିନ୍ନ ଯାଗାରେ ଚଢାଉ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଅବିଭାବକଙ୍କୁ ତାଗିଦ କରିବା ସହିତ ଶିଶୁମାନଙ୍କୁ ଉଦ୍ଧାର କରିଥିଲେ ।

ଜିଲ୍ଲାପାଳ ,ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ସୁରକ୍ଷା କମିଟିର ଏଭଳି ପ୍ରୟାସ ପାଇଁ ସାଧାରଣ ଲୋକେ ପ୍ରଶଂସା କରିଥିଲେ । ହେଲେ ଇତିମଧ୍ୟରେ ଶିଶୁଙ୍କ ଅଧିକାରର ସୁରକ୍ଷା ପାଇଁ କେହି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି । ଏବେ ଶିଶୁମାନେ ଏଣେ ତେଣେ ଅଳିଆ ଗଦାରୁ ରିସାଇକ୍ଲିଂ ପାଇଁ ବିଭିନ୍ନ ଜିନିଷ ସଂଗ୍ରହ କରୁଥିବାର ଦୃଶ୍ୟ ହୃଦୟକୁ ବିଚଳିତ କରୁଛି । ତେବେ ଶିଶୁଙ୍କ ଭବିଷ୍ୟତ ଗଠନ ପାଇଁ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା କମିଟି ଯତ୍ନବାନ ହେବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.