ETV Bharat / state

11 କେଭି ବିଦ୍ୟୁତ ତାର ଲାଗି ପୋଢ଼ ମୃତ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ମହୁଖଣ୍ଡି ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଦୁଇଟି ପୋଢ଼ର ମୃତ୍ୟୁ ହୋଇଛି । ମୃତ ପୋଢ଼ ଦୁଇଟି ଯଉଁରାଭଉଁରା ପଞ୍ଚାୟତ ସୁଲିଆ ଗାଁର ଚାଷୀ ସୁରେଶ ଭୋଇଙ୍କ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

buffalo-were-killed-when-they-were-struck-by-electric-wire
11 କେଭି ବିଦ୍ୟୁତ ତାରରେ ଲାଗି ପୋଢ଼ ମୃତ
author img

By

Published : May 27, 2021, 5:06 PM IST

ସୁବର୍ଣ୍ଣପୁର : ଜିଲ୍ଲାରେ ଚାଷୀଙ୍କ ଗୁହାରି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । କ୍ଷତିଗ୍ରସ୍ତ ଚାଷୀ ଉଭୟ ବିଦ୍ୟୁତ ଓ ଜଙ୍ଗଲ ବିଭାଗ ପାଖରେ ଗୁହାରି କରିଛି । ହେଲେ ଶୁଣୁଛି କିଏ?

ଜିଲ୍ଲାର ଉଲୁଣ୍ଡା ଥାନା ମହୁଖଣ୍ଡି ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଦୁଇଟି ପୋଢ଼ର ମୃତ୍ୟୁ ହୋଇଛି । ମୃତ ପୋଢ଼ ଦୁଇଟି ଯଉଁରାଭଉଁରା ପଞ୍ଚାୟତ ସୁଲିଆ ଗାଁର ଚାଷୀ ସୁରେଶ ଭୋଇଙ୍କ ବୋଲି ଜଣାପଡ଼ିଛି ।

11 କେଭି ବିଦ୍ୟୁତ ତାରରେ ଲାଗି ପୋଢ଼ ମୃତ

ଜଙ୍ଗଲକୁ ପୋଢ଼ ଚରି ଆସିଥିବାବେଳେ ଜଙ୍ଗଲରେ ପଡିଥିବା 11 କେ.ଭି ବିଦ୍ୟୁତ ତାରରେ ଲାଗି ଯାଇଥିଲେ । ବିଳମ୍ବିତ ରାତି ଯାଏଁ ପୋଢ଼ ଦୁଇଟି ଘରକୁ ଫେରି ନ ଥିବାରୁ ସୁରେଶ ପୋଢ଼ ସନ୍ଧାନରେ ଯାଇଥିଲେ । କିନ୍ତୁ ମହୁଖଣ୍ଡି କେନାଲ ଠାରେ ପୋଢ଼ ଦୁଇଟି ବିଦ୍ୟୁତ ତାର ଲାଗି ମରି ପଡିଥିବାର ଦେଖିଥିଲେ ।

ସୁରେଶ କ୍ଷତି ପୂରଣ ପାଇଁ ଜଙ୍ଗଲ ବିଭାଗ ଓ ବିଦ୍ୟୁତ ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ କେହି ତାଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି । ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ଶିକାର ପାଇଁ ଦୁର୍ବୃତ୍ତମାନେ ବିଦ୍ୟୁତ ତାର ବାରମ୍ବାର ବିଛାଉଛନ୍ତି । କେତେବେଳେ ହାତୀ ତ କେତେବେଳେ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ଯାଉଛି । ତଥାପି ବିଦ୍ୟୁତ କି ଜଙ୍ଗଲ ବିଭାଗର ଚେତା ପଶୁନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.