ETV Bharat / state

ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବ୍ଲକ କର୍ମଚାରୀ - subarnapur collector

ବୀରମହରାଜପୁର ବ୍ଲକ କାର୍ଯ୍ୟାଳୟର କିରାଣିମାନେ ଉଫୁଲା ସରପଞ୍ଚଙ୍କ ସ୍ବାମୀଙ୍କ ନାଁରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ । ଅଧିକ ପଢନ୍ତୁ....

ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ  ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ବ୍ଲକ କର୍ମଚାରୀ

author img

By

Published : Feb 1, 2021, 9:19 PM IST

ସୁବର୍ଣ୍ଣପୁର: ବୀରମହରାଜପୁର ବ୍ଲକ କାର୍ଯ୍ୟାଳୟର କିରାଣିମାନେ ଉଫୁଲା ସରପଞ୍ଚଙ୍କ ସ୍ବାମୀଙ୍କ ନାଁରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉଫୁଲା ସରପଞ୍ଚଙ୍କ ସ୍ବାମୀ ପ୍ରିୟବ୍ରତ ସାହୁ ଉଫୁଲା ଜିଆରଏସ ନାରାୟଣ ମଲ୍ଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ବ୍ଲକ କର୍ମଚାରୀ

ତେବେ ଆଜି ଜିଲ୍ଲାପାଳ ମନୀଷା ବାନାର୍ଜୀ ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ଜିଲ୍ଲାପାଳ ଘଟଣା ଶୁଣି ବୀରମହରାଜପୁର ଆଇଆଇସି ପ୍ରଭା ଧନଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସରପଞ୍ଚଙ୍କ ସ୍ବାମୀ ଅଭିଯୁକ୍ତ ପ୍ରିୟବ୍ରତ ସାହୁକୁ ଗିରଫ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବ୍ଲକ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ତଦନ୍ତ ପରେ ଦୋଷୀ ବିରୁଦ୍ଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.