ETV Bharat / state

ଧାନ କିଣାରେ ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ - paddy procurement issues

ଖରିଫ ଋତୁ ଧାନ କିଣାରେ ବ୍ୟାପକ ଦୁର୍ନୀତି ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ବିକ୍ଷୋଭ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କଲା ଦଳ । ଅଧିକ ପଢନ୍ତୁ...

ଧାନ କିଣାରେ ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ
ଧାନ କିଣାରେ ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ
author img

By

Published : Jan 29, 2021, 4:39 PM IST

ସୁବର୍ଣ୍ଣପୁର: ଧାନ କିଣାରେ ଦୁର୍ନୀତି ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖରିଫ ଋତୁ ଧାନ ସଂଗ୍ରହରେ ତିନି କେଜିରୁ ଆଠ କେଜି ଯାଏଁ ଧାନ କଟନୀ ଛଟନୀ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରି କରି ପାରୁନଥିବା, ତିନିକୋଟିରୁ ଅଧିକ ଟଙ୍କାର ହେଣ୍ଡଲିଂ ଖର୍ଚ୍ଚରେ ଦୁର୍ନୀତି, ଧାନ ଅଖାରେ ଦୁର୍ନୀତି ଆଦି ଅନେକ ଅବ୍ୟବସ୍ଥା ନେଇ ବିଜେପି ପ୍ରତିବାଦ କରିଛି ।

ଧାନ କିଣାରେ ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ

ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ କୃଷକ ଧାରଣାରେ ବସିଛନ୍ତି । ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.