ETV Bharat / state

ମଣ୍ଡି ଅବ୍ୟବସ୍ଥାକୁ ନେଇ ଜିଲ୍ଲା ବିଜେପିର ପ୍ରତିବାଦ

author img

By

Published : Jul 1, 2021, 2:09 PM IST

ଚାଷୀଙ୍କ ଧାନକିଣା ନହୋଇ ଥିବାବେଳେ ମଣ୍ଡି ବନ୍ଦ ହୋଇଯିବାରୁ ରାଜରାସ୍ତାକୁ ଓହ୍ଲାଇଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

ମଣ୍ଡି ଅବ୍ୟବସ୍ଥାକୁ ନେଇ ଜିଲ୍ଲା ବିଜେପିର ବନ୍ଦ

ସୁବର୍ଣ୍ଣପୁର: ଚାଷୀଙ୍କ ଟୋକନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି । ଟୋକନ ସମସ୍ୟା ଯୋଗୁଁ ମଣ୍ଡିଗୁଡିକରେ ଧାନ ପଡିରହି ଥିବାବେଳେ ଆଜି(ଗୁରୁବାର) ଠୁ ରାଜ୍ୟରେ ଧାନକିଣା ବନ୍ଦ କରିଛନ୍ତି ସରକାର । ଫଳରେ ଅନେକ ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲକୁ ବିକ୍ରି କରି ପାରୁନାହାନ୍ତି ।

ଏନେଇ ବାରମ୍ବାର ଚାଷୀମାନେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କୌଣସି ପଦକ୍ଷେପ ନିଆ ଯାଇନାହିଁ । ଫଳରେ ଆଜି ବାଧ୍ୟ ହୋଇ ଜିଲ୍ଲା ବିଜେପି ଦୁଇ ଘଣ୍ଟିଆ ଚକାଜାମ କରି ନିଜ ଉପସ୍ଥିତି ଜାହିର କରିଛି । ଜିଲ୍ଲାର ଚେରୁପାଲି ଓ ବୀରମହାରାଜପୁର ଠାରେ ବିଜେପି ପକ୍ଷରୁ ଚକାଜାମ କରାଯାଇଛି । ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଥିଲା । ସରକାର ତୁରନ୍ତ ବାକି ରହିଥିବା ଧାନକୁ ନ କିଣିଲେ ଆଗାମୀ ଦିନରେ ଆନ୍ଦୋଳନ ଆହରୁ ତୀବ୍ର ହେବ ବୋଲି ବିଜେପି ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.