ETV Bharat / state

ନିର୍ମାଣ ସରିଛି ସଦର ଥାନା କୋଠା, ହୋଇପାରୁନି ସ୍ଥାନାନ୍ତରଣ - ସୁବର୍ଣ୍ଣପୁର

ଆଜକୁ 3 ବର୍ଷରୁ ଅଧିକ ହେଲା ଥାନାର କୋଠା ନିର୍ମାଣ କାର୍ଯ୍ୟ ସରିଛି ମାତ୍ର ସଦର ଥାନା ନୂତନ କୋଠାକୁ ସ୍ଥାନାନ୍ତର କରାଯାଇ ପାରୁନାହିଁ। ଅଧିକ ପଢନ୍ତୁ...

ନିର୍ମାଣ ସରିଛି ସଦର ଥାନା କୋଠା, ହୋଇପାରୁନି ସ୍ଥାନାନ୍ତରଣ

author img

By

Published : Jun 1, 2021, 10:42 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ସଦର ଟାଉନ ଥାନା ନୂତନ କୋଠାକୁ ସ୍ଥାନାନ୍ତର କରିବା ପାଇଁ ଦାବି ଉଠିଛି। ଆଜକୁ 3 ବର୍ଷରୁ ଅଧିକ ହେଲା ଥାନାର କୋଠା ନିର୍ମାଣ କାର୍ଯ୍ୟ ସରିଛି। ସହରର ମଧ୍ୟ ଭାଗରେ ବସଷ୍ଟାଣ୍ଡ ପାଖରେ ଥାନାର ନୂତନ କୋଠାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି ମାତ୍ର ସଦର ଥାନା ନୂତନ କୋଠାକୁ ସ୍ଥାନାନ୍ତର କରାଯାଇ ପାରୁନାହିଁ।

ନିର୍ମାଣ ସରିଛି ସଦର ଥାନା କୋଠା, ହୋଇପାରୁନି ସ୍ଥାନାନ୍ତରଣ

ସୋନପୁର ଗଡଜାତରେ ଚୌହାନ ରାଜତ୍ବ ଅମଳରେ ତିଆରି ହୋଇଥିବା କୋଠାରେ ସଦର ଥାନା ଆଜି ବି ଚାଲିଛି । ପୁରୁଣା କାନ୍ଥ ଅନେକ ସମୟରେ ମରାମତି କରାଯାଇଥିବା ବେଳେ ପୁରୁଣା ମାଟି, ଖପର ଛାତ, ଆଜବେଷ୍ଟ ଛାତରେ ପରିଣତ ହୋଇଛି ମାତ୍ର ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୋଲିସ କର୍ମଚାରୀମାନେ ନିଜକୁ ସୁରକ୍ଷିତ ଭାବୁ ନ ଥିବା ବେଳେ ଶୃଙ୍ଖଳିତ ବିଭାଗର କର୍ମଚାରୀ ହୋଇ ଥିବାରୁ ଥାନାର ସ୍ଥାନାନ୍ତର ପାଇଁ ମୁହଁ ଖୋଲି ପାରୁ ନାହାଁନ୍ତି।

ସେପଟେ ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଥାନାର ସ୍ଥାନାନ୍ତର ପାଇଁ କୌଣସି ନିଷ୍ପତି ନେଇ ନାହାନ୍ତି। ତୁରନ୍ତ ଥାନାକୁ ସ୍ଥାନାନ୍ତର କରିବା ପାଇଁ ବିଜେପି ଦାବି କରିଥିବା ବେଳେ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.