ETV Bharat / state

ରାସ୍ତା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କଲା ବିଜେପି

author img

By

Published : Aug 23, 2021, 12:55 PM IST

ସୁବର୍ଣ୍ଣପୁର ପଞ୍ଚରଥ ମନ୍ଦିରରୁ ବଡ ବଜାର ଯାଏଁ ନବନିର୍ମିତ ରାସ୍ତାର ହେବ ବିଭାଗୀୟ ତଦନ୍ତ । ସେପଟେ ଜିଲ୍ଲା ବିଜେପି ଏହି ରାସ୍ତାର ଭିଜିଲାନ୍ସ ତଦନ୍ତ ଦାବି କରିଛି । ଅଧିକ ପଢନ୍ତୁ...

ରାସ୍ତା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କଲା ବିଜେପି
ରାସ୍ତା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କଲା ବିଜେପି

ସୁବର୍ଣ୍ଣପୁର: ସହରର ପଞ୍ଚରଥ ମନ୍ଦିରରୁ ବଡ ବଜାର ଯାଏଁ ନବନିର୍ମିତ ରାସ୍ତାର ହେବ ବିଭାଗୀୟ ତଦନ୍ତ । ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା ସହିତ ଏହି ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜିଲ୍ଲା ବିଜେପି ଏହି ରାସ୍ତାର ଭିଜିଲାନ୍ସ ତଦନ୍ତ ଦାବି କରିଛି । ମାସେ ତଳେ ତିଆରି ହୋଇଥିବା ଏହି ରାସ୍ତାରେ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ସହରର ମୁଖ୍ୟ ଛକ ବିଜୁ ପଟ୍ଟନାୟକ ଛକରୁ ଗଙ୍ଗାଧର ମେହେର ଛକ ପର୍ଯ୍ୟନ୍ତ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯାଇଥିଲା ।

ହେଲେ ମାସେ ନ ପୁରୁଣୁ ରାସ୍ତାର ବିଭିନ୍ନ ଯାଗାରେ ଗେଟି ଉଠି ଗଲା। ଠିକାଦାର ଓ ପୌର ପରିଷଦ ଯନ୍ତ୍ରୀଙ୍କ ସଲାସୁତୁରାରେ ବିକାଶ ମୂଳକ କାର୍ଯ୍ୟରେ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଅନେକ ଯାଗାରେ ଖାଲଖମା ସୃଷ୍ଟି ହେବା ସହିତ ରାସ୍ତାଟି ପୂର୍ବ ଅବସ୍ଥାକୁ ଫେରି ଆସିଛି। ସହରର ଜନଗହଳିପୂର୍ଣ୍ଣ ରାସ୍ତାଟିକୁ ପୁନଃ ନିର୍ମାଣ କରିବାକୁ ଦାବି ହୋଇଥିଲା ।

ନିମ୍ନମାନର କାମ କରି ଅଧିକାରୀ ଓ ଠିକାଦାର ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହେଉଥିଲେ ବି କେହି କାର୍ଯ୍ୟାନୁଷ୍ଠାନ ନେବା ତ ଦୁରେ ଥାଉ ଅଭିଯୋଗ ବି ଶୁଣି ନ ଥିଲେ। ତେବେ ବାରମ୍ବାର ଦାବି ଓ ଅଭିଯୋଗ ପରେ ଜିଲ୍ଲାପାଳ ରାସ୍ତା ନିର୍ମାଣ ତୁରନ୍ତ ଶେଷ କରିବା ସହିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଠିକାଦାର ଓ ବୈଷୟିକ ବିଭାଗ ରାତାରାତି ନିଷ୍ପତ୍ତି ନେଇ ପୁଣି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ସହର ମଧ୍ୟଭାଗରେ ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣରେ ଦୁର୍ନୀତି ସ୍ପଷ୍ଟ ଦେଖା ଯାଉଥିବା ବେଳେ ଭିଜିଲାନ୍ସ ତଦନ୍ତ ଦାବି କରିଛି ଜିଲ୍ଲା

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.