ETV Bharat / state

ମନ୍ଦିର ଜମିରେ ପାର୍କ ନିର୍ମାଣ ତେଜୁଛି ବିବାଦ, କ୍ଷତି ପୂରଣ ଦାବି କଲା ବିଜେପି - BJP

Compensation for Subarnameru temple: ଦେବୋତ୍ତର ବିଭାଗ ବାବା ସୁବର୍ଣ୍ଣମେରୁଙ୍କ ମନ୍ଦିର ପ୍ରତି ଅନ୍ୟାୟ କରୁଥିବା ଅଭିଯୋଗ । ଉଚ୍ଚ ନ୍ୟାୟାଳୟ ଜମିର ସମ୍ପୂର୍ଣ୍ଣ ମୂଲ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭାଗ ଅବମାନନା କରୁଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ମନ୍ଦିର ଜମିରେ ପାର୍କ ନିର୍ମାଣ ,କ୍ଷତି ପୂରଣ ଦାବି କଲା ବିଜେପି
http://10.10.50.80:6060///finalout3/odisha-nle/finalout/24-December-2023/20345893_grg.mp4
author img

By ETV Bharat Odisha Team

Published : Dec 24, 2023, 5:20 PM IST

ମନ୍ଦିର ଜମିରେ ପାର୍କ ନିର୍ମାଣ ତେଜୁଛି ବିବାଦ,

ସୁବର୍ଣ୍ଣପୁର: ଜିଲ୍ଲା ଦେବୋତ୍ତର ଅଧିକାରୀ ସହରର ଇଷ୍ଟ ଦେବ ବାବା ସୁବର୍ଣ୍ଣମେରୁଙ୍କ ପ୍ରତି ଅନ୍ୟାୟ କରୁଥିବା ଅଭିଯୋଗ ହୋଇଛି । ମନ୍ଦିରର ଜାଗାରେ ପାର୍କ ନିର୍ମାଣ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରଶାସନ ମନ୍ଦିର ଜାଗାରେ ପାର୍କ ନିର୍ମାଣ କରିଥିଲେ ମଧ୍ୟ କୌଣସି କ୍ଷତି ପୂରଣ କିମ୍ବା ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନେଉନାହିଁ । ଫଳରେ ଆଜି(ରବିବାର) ଦେବୋତ୍ତର ବିଭାଗ ବିରୋଧରେ ପ୍ରତିବାଦ କରିଛି ବିଜେପି ।

ସୂଚନାଯୋଗ୍ୟ ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା ବାବା ସୁବର୍ଣ୍ଣମେରୁଙ୍କ ପ୍ରାୟ 5 ଏକରରୁ ଅଧିକ ପରିମିତ ଯାଗାରେ ସ୍ମାର୍ଟ ପାର୍କ ନିର୍ମାଣ କରାଯାଇଛି । ଏହି ପାର୍କକୁ ସଦର ପୌର ପରିଷଦ ପରିଚାଳନା କରୁଥିବା ବେଳେ ପାର୍କରେ ପ୍ରବେଶ ଶୁଳ୍କ ଆଦାୟ କରାଯାଉଛି । ହେଲେ ଆଦାୟ ଅର୍ଥ ମନ୍ଦିରକୁ ଦିଆଯାଉନାହିଁ । ଏହାସହ ମନ୍ଦିର ଜମିରେ ପାର୍କ ନିର୍ମାଣ କରାଯାଇଥିଲେ ମଧ୍ୟ ପରିଚାଳନା ଓ ଭିତ୍ତିଭୂମୀର ବିକାଶ ପାଇଁ ପୌର ପରିଷଦ ତଥା ଦେବୋତ୍ତର ବିଭାଗ କୌଣସି ଆର୍ଥିକ ସହାୟତା ବା ଜମି ପାଇଁ ମୂଲ୍ୟ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ତେବେ ଗତ ଅଗଷ୍ଟ 2022ରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଜମିର ସମ୍ପୂର୍ଣ୍ଣ ମୂଲ୍ୟ ପ୍ରଦାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଥିଲେ । ନଚେତ୍ ଜମିର ବେଆଇନ ବ୍ୟବହାର ଯୋଗୁଁ ମନ୍ଦିର ପରିଚାଳନା ଓ ଭିତ୍ତିଭୂମୀର ବିକାଶ ପାଇଁ ମନ୍ଦିରକୁ ମାସକୁ 50 ହଜାର ଟଙ୍କା ଦେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦେବୋତ୍ତର ବିଭାଗ ନ୍ୟାୟାଳୟ ନିର୍ଦ୍ଦେଶକୁ ଅବମାନନା କରି ମନ୍ଦିରର ଭୂ-ସମ୍ପତ୍ତିର ପ୍ରାପ୍ୟ ଦେଉନଥିବା ବିଜେପି ଅଭିଯୋଗ କରିଛି । ଏହାସହ ବିଭାଗ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ପାଣ୍ଡିଆନ

ଏହା ମଧ୍ୟ ପଢନ୍ତୁ.....ଅଯୋଧ୍ୟା ଅଭିମୁଖେ ଖୋର୍ଦ୍ଧା ଯୁବକ, ରାମଲଲାଙ୍କ ଦର୍ଶନ ପାଇଁ 1000 କିମି ଯାତ୍ରା

ତେବେ ବାବାଙ୍କ ମନ୍ଦିରର ଦୈନନ୍ଦିନ ପୂଜାସେବା, ଯାନିଯାତ୍ରା ଓ ପର୍ବପର୍ବାଣୀ ତଥା ମନ୍ଦିରର ରକ୍ଷଣା ବେକ୍ଷଣ, ଯାତ୍ରୀ ତଥା ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଭିତ୍ତିଭୂମୀର ବିକାଶର ଆବଶ୍ୟକତା ରହିଥିଲେ ମଧ୍ୟ ଦେବୋତ୍ତର ବିଭାଗ ମନ୍ଦିରର ଭୂ-ସମ୍ପତ୍ତି ବ୍ୟବହାରରୁ ଆଦାୟ ହେଉଥିବା ଅର୍ଥରୁ ଗୋଟିଏ ହେଲେ ଟଙ୍କା ଦେଉ ନାହାନ୍ତି । ଯଦି ଆଗାମୀ ଦିନରେ ମନ୍ଦିରର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆନଯାଏ । ତାହାଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.