ETV Bharat / state

ଡାକ୍ତରଖାନା ସ୍ବାସ୍ଥ୍ୟକର୍ମୀଙ୍କ ଲାଞ୍ଚ ନେବା ଘଟଣା; ବିଜେପିର ତଦନ୍ତ ଦାବି - ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ ମାମଲାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
author img

By

Published : May 5, 2021, 1:46 PM IST

ସୁବର୍ଣ୍ଣପୁର: ଜିଲ୍ଲା ବିପର୍ଯ୍ୟସ୍ତ ହୋଇଛି ସ୍ବାସ୍ଥ୍ୟସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ ମାମଲାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି । ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସ୍ବାସ୍ଥ୍ୟକର୍ମୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରସୂତିମାନଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗୁଥିବା ଭିଡ଼ିଓ ଭାଇରାଲ ହେବା ପରେ ବିଜେପି ନେତା ବଳଦେବ ବେଦବାଗ ଜିଲ୍ଲାର ବିପର୍ଯ୍ୟୟ ସ୍ବାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ କରିଛନ୍ତି ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବୌଦ୍ଧ ଜିଲ୍ଲା ଗୁଡଭେଲିପଦରର ନିଳମଣି କୁମ୍ଭାର ଗତ ତିନି ଦିନ ତଳେ ତାଙ୍କ ପତ୍ନିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପରେ ମେଡିକାଲ କର୍ମଚାରୀ ନୀଳମଣିଙ୍କୁ ମାଗଣା ଚିକିତ୍ସା କରାଇଥିବା ଏକ ଖାତାରେ ଦସ୍ତଖତ କରାଇଥିଲେ । ପରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଳମଣୀଙ୍କୁ ଟଙ୍କା ଲାଞ୍ଚ ମାଗିଥିଲେ ।

ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ନୀଳମଣିଙ୍କ ଭିତରେ କିଛି ସମୟ ପାଇଁ ଯୁକ୍ତି ତର୍କ ହୋଇଥିଲା । ଯାହାର ଭିଡିଓ ଭାଇରାଲ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ନୀଳମଣି । ତେବେ ଏଠାରେ ଲାଞ୍ଚ ନଦେଲେ ରୋଗୀମାନଙ୍କୁ ନାହିଁ ନ ଥିବା ହଇରାଣ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନ ନେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଜେପି ନେତା ବଳଦେବ ବେଦବାଗ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.