ETV Bharat / state

ପୌର ଫଳାଫଳ: ସୁବର୍ଣ୍ଣପୁରରେ ପୁଣି ବାଜିଲା ଶଙ୍ଖ - ସୁବର୍ଣ୍ଣପୁରରେ ପୌର ନିର୍ବାଚନ ଫଳାଫଳ

ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ସୁବର୍ଣ୍ଣପୁରରେ ପୁଣି ବାଜିମାତ କରିଛି ବିଜେଡି। ସଦର ପୌର ପରିଷଦ ସମେତ ବିନିକା ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦ ପୁଣି ବିଜେଡି ଖାତାକୁ ଯାଇଛି । ଅଧିକ ପଢ଼ନ୍ତୁ

bjd won in municipal election in subarnapur
ପୌର ଫଳାଫଳ: ସୁବର୍ଣ୍ଣପୁରରେ ପୁଣି ବାଜିଲା ଶଙ୍ଖ
author img

By

Published : Mar 26, 2022, 12:53 PM IST

ସୁବର୍ଣ୍ଣପୁର: ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ସୁବର୍ଣ୍ଣପୁରରେ ପୁଣି ବାଜିମାତ କରିଛି ବିଜେଡି। ସଦର ପୌର ପରିଷଦ ସମେତ ବିନିକା ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦ ପୁଣି ବିଜେଡି ଖାତାକୁ ଯାଇଛି ।

ପୌର ଫଳାଫଳ: ସୁବର୍ଣ୍ଣପୁରରେ ପୁଣି ବାଜିଲା ଶଙ୍ଖ

ସଦର ମହକୁମା ପୌର ପରିଷଦର ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ତାମସୀ ତାମସ୍ମିତା ନାୟକ ବିଜୟୀ ହୋଇଛନ୍ତି । ସେହିପରି ସହରର 15ଗୋଟି ୱାର୍ଡ ଭିତରୁ 12 ଗୋଟି ୱାର୍ଡରେ ବିଜେଡି ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି। ସେହିପରି ବିଜେପି ଖାତାକୁ ଦୁଇଟି କାଉନସିଲର ଆସନ ଯାଇଥିବାବେଳେ କଂଗ୍ରେସ କେବଳ ଗୋଟିଏ କାଉନସିଲର ଆସନ ହାତେବାକୁ ସକ୍ଷମ ହୋଇଛି। ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ବନ୍ଦିତା ନାୟକ ବିଜୟୀ ହୋଇଛନ୍ତି।

ବିଜେଡି ପ୍ରାର୍ଥୀ ସୁବାଷ ଭୋଇ ବିନିକା ଗଡ଼ ଅକ୍ତିଆର କରିଛନ୍ତି। ସଦର ମହକୁମାର ନବ ନିର୍ବାଚିତ ଅଧ୍ୟକ୍ଷା ଜିଲ୍ଲାର ଅବକାରୀ ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରି ଆଗାମୀ ଦିନରେ ସହରର ମୌଳିକ ଆବଶ୍ୟକତା ପୂରଣ କରିବେ ପ୍ରତିଶୃତି ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.