ETV Bharat / state

ବିଜେଡ଼ି ନେତାଙ୍କ ପ୍ରଚାର ଜୋରଦାର - yoth

ବୀରମହାରାଜପୁର ବିଜେଡି ପକ୍ଷରୁ ଏଠାରେ ଚାଲିଛି ଧୂଆଁଧାର ନିର୍ବାଚନ ପ୍ରଚାର । ଷ୍ଟାର ପ୍ରଚାରକ ତଥା ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ତୃତୀୟ ଥର ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ସପ୍ତାହରୁ କମ୍ ସମୟ ଥିବାରୁ ପ୍ରତିଟି ଗାଁରେ ଶଙ୍ଖକୁ ଜିତାଇବାକୁ ସେ ଯୁବକମାନଙ୍କୁ ଆହ୍ବାନ କରିଛନ୍ତି । ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 13, 2019, 4:24 PM IST

ସୁବର୍ଣ୍ଣପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ମତଦାନ ସରିଥିବା ବେଳେ ଆସନ୍ତା ନିର୍ବାଚନ ପାଇଁ ଚଳଚଞ୍ଚଳ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ବିଜେଡି ପକ୍ଷରୁ ଏଠାରେ ଚାଲିଛି ଧୂଆଁଧାର ନିର୍ବାଚନୀ ପ୍ରଚାର । ବିଜେଡିର ଷ୍ଟାର ପ୍ରଚାରକ ପଦ୍ମନାଭ ବେହେରା ତୃତୀୟ ଥର ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।

ନିର୍ବାଚନୀ ପ୍ରଚାରରେ ଦଳୀୟ ଯୁବ କର୍ମୀଙ୍କ ଭିତରେ ଉତ୍ସାହ ଭରିବାକୁ ବୀରମହାରାଜପୁରର ଖଣ୍ଡହତା ଗାଁ ପଡିଆରେ ଯୁବ ସମାବେଶର ଆୟୋଜନ କରାଯାଇଛି । ଯୁବ ନେତା ନାରାୟଣ ଲୁହା ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ନିର୍ବାଚନ ପ୍ରଚାର କରିବା ସହ ବିଜୟ ହାସଲ ପାଇଁ ଯୁବକଙ୍କ ଭୂମିକା ସମ୍ପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଉପଖଣ୍ଡ ଅଞ୍ଚଳର ବିକାଶ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବାରେ ଯୁବପିଢିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଷ୍ଟାର ପ୍ରଚାରକ ତଥା ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ଗତ ଦୁଇଟି ନିର୍ବାଚନରେ ଯୁବପିଢିଙ୍କ ପରିଶ୍ରମ ହିଁ ତାଙ୍କୁ ସଫଳତା ଆଣି ଦେଇଥିଲା ବୋଲି କହିଥିଲେ। 2ୟ ପର୍ଯ୍ୟାୟ ମତଦାନକୁ ହାତରେ ଆଉ 5 ଦିନରୁ କମ ସମୟ ରହିଥିବାରୁ ପ୍ରଚାରକୁ ଜୋରଦାର କରିବାକୁ ଯୁବକମାନଙ୍କୁ ଆହ୍ବାନ କରିଥିଲେ । ଆୟୋଜିତ ଏହି ସମାବେଶରେ ଉପଖଣ୍ଡର ଶତାଧିକ ଦଳୀୟ ଯୁବ ସଦସ୍ୟ ସାମିଲ ହୋଇଥିଲେ ।

ସବୁର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment
visuals and bytes by ftp
tirthabashi panda 
subarnapur

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.