ETV Bharat / state

Mann Ki Baat: ସୁବର୍ଣ୍ଣପୁରରେ ମନ୍ କି ବାତ୍ କାର୍ଯ୍ୟକ୍ରମ, ଶୁଣିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ - 105 mann ki baat

ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲିଠାରେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Mann Ki Baat
Mann Ki Baat
author img

By ETV Bharat Odisha Team

Published : Sep 24, 2023, 2:23 PM IST

Mann Ki Baat

ସୁବର୍ଣ୍ଣପୁର: ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଶୁଣିଲେ ଜିଲ୍ଲା ଭାରତୀୟ ଜନତା ପାର୍ଟି । ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲିଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଦଳୀୟ କେନ୍ଦ୍ରୀୟ ଉପସଭାପତି ତଥା ଦିଲ୍ଲୀ ଓ ଆସାମର ପ୍ରଭାରୀ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳୀୟ କାର୍ଯ୍ୟକର୍ତ୍ତା ତଥା ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- Mann Ki Baat: 'ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି ଜି 20 ସମ୍ମିଳନୀ'

ସେହିପରି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଭୀକ ପଦକ୍ଷେପ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅତିଥିମାନେ ଆଲୋଚନା କରିଥିଲେ । ବିଶେଷ କରି ସମାଜର ପଛୁଆ ବର୍ଗ, ଦଳିତ, ନିଷ୍ପେଶୀତ, ଭିନ୍ନକ୍ଷମ ଓ ମହିଳା ମାନଙ୍କ ସୁଖମୟ ଓ ଶାନ୍ତି ଜୀବନ ଯାପନ ସହିତ କେନ୍ଦ୍ର ସରକାର ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ସଂଗଠନକୁ ଦୃଢ଼ୀଭୂତ କରିବା ପାଇଁ ଜିଲ୍ଲା ସଂଗଠନ ଅନେକ ପ୍ରୟାସ କରିଥିଲା । ତେବେ ଏନେଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମେତ ଚାଷୀ ପ୍ରତିନିଧି , ଶ୍ରମିକ ସଂଗଠନ କାର୍ଯ୍ୟକର୍ତା, ଓକିଲ, ବୁଦ୍ଧିଜୀବୀ, ଶିକ୍ଷାବିତ ତଥା ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-Mann Ki Baat: ଆଜି 105ତମ ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ପ୍ରଧାନମନ୍ତ୍ରୀ

ମନ କି ବାତ କାର୍ଯ୍ୟକ୍ରମ ପରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଦଳୀୟ କେନ୍ଦ୍ରୀୟ ଉପ ସଭାପତି ଜୟ ପଣ୍ଡା ଦଳକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚାଇବାକୁ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ସେହିପରି ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ମନ କି ବାତ କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା କର୍ମକର୍ତ୍ତାଙ୍କୁ ପ୍ରଶଂସା କରିବା ସହିତ ଜିଲ୍ଲାବାସୀଙ୍କୁ ନୂଆଁଖାଇ ଜୁହାର କହିଥିଲେ । ଜିଲ୍ଲା ବିଜେପିର ଏପରି ଆୟୋଜନ ଆଗାମୀ 2024 ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଜିଲ୍ଲାର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.