ETV Bharat / state

ଜାଗା ମିଶନରେ ଜାଲିଆତି, ବସ୍ତିବାସିନ୍ଦାକୁ ବାସଗୃହ ଦାବି - ସୁବର୍ଣ୍ଣପୁର

ତଳିଆ ଅଞ୍ଚଳର ବସ୍ତିବାସିନ୍ଦାକୁ ପଟ୍ଟା ଦେବା ଦାବିରେ ସୁବର୍ଣ୍ଣପୁର ବସ୍ତି ବସିନ୍ଦା ମଞ୍ଚ ପକ୍ଷରୁ ସଦର ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପାଇବା ପରେ ହଟିଥିଲେ ମହିଳା।

ଫଟୋ ସୌଜନ୍ୟ-ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 19, 2019, 5:52 PM IST

ସୁବର୍ଣ୍ଣପୁର: ଜାଗା ମିଶନ ଯୋଜନାରେ ବାକି ଥିବା 181 ଜଣ ହିତାଧିକାରୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ଦାବିରେ ତାତିଲେ ମହିଳା । ଶୁକ୍ରବାର ଏନେଇ ସୁବର୍ଣ୍ଣପୁର ବସ୍ତି ବସିନ୍ଦା ମଞ୍ଚ ପକ୍ଷରୁ ସଦର ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ମହିଳା ନେତ୍ରୀ ଜ୍ୟୋର୍ତିମୟୀ ରାଉତଙ୍କ ନେତୃତ୍ବରେ ଶତାଧିକ ଜାଗା ମିଶନ ହିତାଧିକାରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିଛନ୍ତି । ଏଥିସହ କାର୍ଯ୍ୟାଳୟ ବାଟ ଓଗାଳି ବସିଥିବା ଦେଖାଦେଇଛି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ସୁବର୍ଣ୍ଣପୁର

ସହରର 973 ଜଣ ହିତାଧିକାରୀଙ୍କୁ ଜାଗା ମିଶନ ଯୋଜନାରେ ଜାଗା ଯୋଗାଇ ଦିଆଯାଇଛି । ହେଲେ ବାକି ଥିବା 181 ଜଣ ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି । ଏଥିମଧ୍ୟରେ ଝୁପୁଡ଼ିପଡା , ପଟାଭାଡି, ଗଣ୍ଡାପଡା, ଘାଂସିପଡା ଆଦି ତଳିଆ ଅଞ୍ଚଳରେ ବାସ କରୁଥିବା ବାସିନ୍ଦା ରହିଛନ୍ତି । ଦୀର୍ଘ ଦିନ ଧରି ଏମାନଙ୍କ ପରିବାର ଏଠାରେ ରହୁଥିଲେ ସୁଦ୍ଧା ଏମାନଙ୍କୁ ଏଯାଏଁ ଜମି ପଟ୍ଟା ଦିଆଯାଇନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମହିଳାମାନେ ପୌର ପରିଷଦ କର୍ମଚାରୀଙ୍କ ସହିତ ଯୁକ୍ତି ତର୍କ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସ୍ଥିତିକୁ ଆୟତ୍ତ କରିଛି ।

ତେବେ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେବା ପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ହଟିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.