ସୁବର୍ଣ୍ଣପୁର: ଜିଲ୍ଲାରେ ଲକଡାଉନ କୋହଳ ହୋଇଛି । ଜନଜୀବନ ସାମାନ୍ୟ ସ୍ୱାଭାବିକ ହୋଇଛି । ହେଲେ ଆଜି ଯାଏଁ ଜିଲ୍ଲାର ସମସ୍ତ ସେଲୁନ ଦୋକାନ ବନ୍ଦ ରହିଛି । ଫଳରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ବାରିକ ସାମାଜ । ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଆଜି ଦାବି ଜଣାଇଛନ୍ତି ।


ଦୀର୍ଘ 2 ମାସ ପାଖାପାଖା ସେଲୁନ ଦୋକାନ ସବୁ ବନ୍ଦ ରହିଛି । ରୋଜଗାର ମଧ୍ୟ ବନ୍ଦ ହୋଇପଡିଛି । ଏପରି ସ୍ଥିତିରେ ବାଧ୍ୟ ବାରିକମାନେ ଘର ଘର ବୁଲି ବୁଲି ସେବା ଯୋଗାଉଛନ୍ତି । ଜିଲ୍ଲା ବାରିକ ସଙ୍ଘ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନକୁ ଦୋକାନ ଖୋଲିବା ପାଇଁ ଅନୁରୋଧ କରାଯିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି କରାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ