ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଗ୍ରାହକମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ବ୍ୟାଙ୍କିଂ କାର୍ଯ୍ୟ ବନ୍ଦ ରହିଥିବା ବେଳେ ସହରରେ ସମସ୍ତ ଏଟିଏମ ଗୁଡ଼ିକ ବି ବନ୍ଦ ରହିଛି। ଫଳରେ ଗ୍ରାହକ ମାନେ ଏଟିଏମରୁ ଟଙ୍କା ଉଠାଇ ପାରି ନାହାନ୍ତି। କର୍ମଚାରୀଙ୍କ ଦରମା ବୃଦ୍ଧି ଦାବି ନେଇ ୨ ଦିନ ସରକାରୀ ବ୍ୟାଙ୍କ ଗୁଡ଼ିକ ବନ୍ଦ କରାଯାଇଛି। ଏହି ଦୁଇ ଦିନ ବ୍ୟାଙ୍କ କର୍ମଚାରୀ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ବ୍ୟାଙ୍କ କର୍ମଚାରୀ ମାନେ ସାମିଲ ହୋଇଛନ୍ତି।
୨୦୧୭ ନଭେମ୍ବର ପରେ ଦରମା ସଂଶୋଧିତ କରିବା ସହିତ ଏଥିରେ ୨୦ ପ୍ରତିଶତ ବୃଦ୍ଧି କରିବାକୁ କର୍ମଚାରୀ ମାନେ ଦାବି କରିଛନ୍ତି। ଏହାର ସ୍ପେଶାଲ ଆଲାଉନ୍ସକୁ ବେସିକ ଦରମା ସହିତ ସାମିଲ କରିବାକୁ ଦାବି ହେଉଛି । ଏହି ଆନ୍ଦୋଳନରେ ସୁବର୍ଣ୍ଣପୁର ଜିଲ୍ଲାର ବ୍ୟାଙ୍କ କର୍ମଚାରୀମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାଙ୍କ କାର୍ଯ୍ୟ ବନ୍ଦ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ଇଟିଭି ଭାରତ