ସୁବର୍ଣ୍ଣପୁର: ବ୍ୟାଣ୍ଡ ପାର୍ଟି ଆସୋସିଏସନ ପକ୍ଷରୁ ନୀରବ ବିକ୍ଷୋଭ ପ୍ରଦର୍ଶନ । ସୁବର୍ଣ୍ଣପୁର ଜିଲ୍ଲା ବ୍ୟାଣ୍ଡ ପାର୍ଟି ଆସୋସିଏସନ ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସଂଘର ସଭାପତି ଦିଲ୍ଲୀପ ବାଗଙ୍କ ନେତୃତ୍ୱରେ ଶତାଧିକ ବାଦ୍ୟକାର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଗତ ଛଅ ମାସରୁ ଅଧିକ ହେଲା ବାଦ୍ୟକାର ମାନେ ହାତ ଉପରେ ହାତ ଦେଇ ବସିଛନ୍ତି। କୋରୋନା ପାଇଁ ବିବାହ, ବ୍ରତ ତଥା ଅନ୍ୟାନ୍ୟ ଶୋଭାଯାତ୍ରା ଆଦି ବନ୍ଦ ଥିବାରୁ ବାଦ୍ୟକାର ମାନଙ୍କ ଆୟ ବନ୍ଦ ହୋଇଛି।
ଫଳରେ ନିଜ ନିଜ ପରିବାରର ଭରଣ ପୋଷଣରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏହି ବାଦ୍ୟକାରମାନେ । ଏଣୁ ବାଦ୍ୟକାରମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇଦେବାକୁ ଆସୋସିଏସନ ଦାବି କରିଛି। ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଆସୋସିଏସନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ