ETV Bharat / state

ସୁବର୍ଣ୍ଣପୁରରେ କୋରୋନା ସ୍ଥିତି ସମୀକ୍ଷା କଲେ ବଲାଙ୍ଗୀର ସାଂସଦ - କୋରୋନା ସ୍ଥିତି ସମୀକ୍ଷା ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରେ କୋରୋନା ସ୍ଥିତି ସମୀକ୍ଷା କଲେ ବଲାଙ୍ଗୀର ଲୋକସଭା ସାଂସଦ । ଡାକ୍ତରଖାନା ବୁଲି ପରିଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝିଲେ । ଅଧିକ ପଢନ୍ତୁ....

ସୁବର୍ଣ୍ଣପୁରରେ କୋରୋନା ସ୍ଥିତି ସମୀକ୍ଷା କଲେ ବଲାଙ୍ଗୀର ସାଂସଦ

author img

By

Published : Apr 29, 2021, 8:58 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଏନେଇ ଏକ ସମୀକ୍ଷା ବୈଠକ କରିଥିବାବେଳେ କିଭଳି ଭାବେ କୋଭିଡ ପରିଚାଳନା କରାଯାଉଛି ତାହା ପଚାରି ବୁଝିଛନ୍ତି ।

ସୁବର୍ଣ୍ଣପୁରରେ କୋରୋନା ସ୍ଥିତି ସମୀକ୍ଷା କଲେ ବଲାଙ୍ଗୀର ସାଂସଦ

ତେବେ ଜିଲ୍ଲାରେ ଆବଶ୍ୟକୀୟ ଡାକ୍ତରଙ୍କ ସହ ଅନ୍ୟାନ୍ୟ ଜରୁରୀ ସ୍ୱାସ୍ଥ୍ୟ ସରଞ୍ଜାମ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୌଣସି ପୋଷ୍ଟ ଅଫିସ ନୁହଁ ଯେ ଲୋକ ଆସିଲେ ଅନ୍ୟତ୍ର ସ୍ଥାନାନ୍ତର କରିଦେବା । ସାଧାରଣ ଲୋକଙ୍କ ସେବା ପାଇଁ ଟିକିଏ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସାଂସଦ କହିଛନ୍ତି । ଆହୁରି ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଭେଣ୍ଟିଲେଟର ଥିଲେ ହେଁ ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଲୋକ ନାହାନ୍ତି । ଅଲଟ୍ରାସାଉଣ୍ଡ ମେସିନ ଅଛି ରେଡିଓଗ୍ରାଫର ନାହାନ୍ତି । ତେବେ କିଭଳି କୋଭିଡ ରୋଗୀଙ୍କ ଚିକିତ୍ସା କରାଯାଉଥିବ ଏଥିରୁ ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି ।

ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦୁଇ ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଥାଇ ସ୍ୱାସ୍ଥ୍ୟ ସେବାରେ ଜିଲ୍ଲା ପଛାଇ ଯାଇଛି ବୋଲି ସେ କହିଛନ୍ତି । ଏଥିସହ ଆଗକୁ କୋରୋନାର ପିକ ସମୟ ଆସୁଛି । ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.