ETV Bharat / state

ବନ୍ୟାଞ୍ଚଳ ପରିଦର୍ଶନ କଲେ ପୂର୍ବତନ ସାଂସଦ କଳିକେଶ ସିଂହଦେଓ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଳକ ଦଶରାଜପୁର ଓ ନିମନା ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ।

author img

By

Published : Aug 31, 2020, 9:38 PM IST

Balangir district farmers badly affected by flood, Former MP Visit Flood Area
ବନ୍ୟାଞ୍ଚଳ ପରିଦର୍ଶନ କଲେ ପୂର୍ବତନ ସାଂସଦ କଳିକେଶ ସିଂହଦେଓ

ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ବ୍ଳକ ଦଶରାଜପୁର ଓ ନିମନା ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ଜିଲ୍ଲାର କିଛି ବିଜେଡ଼ି କାର୍ଯ୍ୟକର୍ତାଙ୍କ ସହିତ ବନ୍ୟା ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି ।

ମହାନଦୀ ବନ୍ୟାରେ ଉଲୁଣ୍ଡା ବ୍ଳକର ହଜାର ହଜାର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଚାଷ ଜମି ବନ୍ୟା ପାଣିରେ ରହିଥିବା ବେଳେ ଏବେବି ହଜାର ହଜାର ଏକର ଚାଷଜମି ପାଣିରେ ବୁଡି ରହିଛି। ପ୍ରବଳ ବର୍ଷାରେ ଅନେକ ପରିବାରର ଘର ଭାଙ୍ଗିଯାଇଥିବାରୁ ଲୋକେ ବାସହରା ହୋଇଛନ୍ତି ।

ଚାଷୀମାନଙ୍କ ପାଇଁ ଏକ ବିଶେଷ ପ୍ୟାକେଜ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କଳିକେଶ କହିଛନ୍ତି । ଏଥିସହିତ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ତେବେ କଳିକେଶଙ୍କ ବ୍ୟତୀତ ଏଯାଏଁ ବନ୍ୟା ପ୍ରଭାବିତ ଅଞ୍ଚଳକୁ କ୍ଷମତାରେ ଥିବା ଅନ୍ୟ କୌଣସି ରାଜନୈତିକ ନେତା ପରିଦର୍ଶନରେ ଯାଇ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.