ETV Bharat / state

ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧ କରି ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ - ସୁବର୍ଣ୍ଣପୁରରେ ବଜରଙ୍ଗ ଦଳର ବିକ୍ଷୋଭ

ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଓ ସମାଜରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ରାଜରାସ୍ତାରେ ନିର୍ଦ୍ଧିଷ୍ଟ ଧର୍ମର ଲୋକେ ଅରାଜକତ କରୁଥିବା ଅଭିଯୋଗ ହେଉଛି । ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧ କରି ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ

author img

By

Published : Jun 18, 2022, 6:48 PM IST

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଜରଙ୍ଗ ଦଳ ସଭାପତି ଜିତୁ ବଡ଼ମାଳିଙ୍କ ନେତୃତ୍ବରେ ଦଳର କାର୍ଯ୍ୟକର୍ତ୍ତା ଜିଲ୍ଲା ପ୍ରଶାସନ ପାଖରେ ସାମ୍ପ୍ରଦାୟିକ ହିଂସା ରୋକିବା ପାଇଁ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଛନ୍ତି । ଦେଶର ବିଭିନ୍ନ ଯାଗାରେ ଏକ ନିର୍ଦ୍ଦିଷ୍ଟ ଧର୍ମୀୟ ଲୋକେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ବିଭିନ୍ନ ଆଳ ଦେଖାଇ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଓ ସମାଜରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ରାଜରାସ୍ତାରେ ନିର୍ଦ୍ଧିଷ୍ଟ ଧର୍ମର ଲୋକେ ଅରାଜକତା କରୁଥିବା ଅଭିଯୋଗ ହେଉଛି ।

ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧ କରି ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ

ତେବେ ବିଭିନ୍ନ ଧର୍ମର ଲୋକେ ଏକତ୍ର ବାସ କରୁଥିବା ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବା ଓ ଦଙ୍ଗା ସୃଷ୍ଟିକାରୀ ଅସାମାଜିକ ତତ୍ବଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ରଖିଛନ୍ତି । ଯଦି ଜିଲ୍ଲାରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ହେବେ ତେବେ ବଜରଙ୍ଗ ଦଳ ପକ୍ଷରୁ ପୁର୍ନବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଦାବିପୂରଣ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.