ETV Bharat / state

ଲକଡାଉନ ବୁଡାଇଛି ବେଉସା, ଆର୍ଥିକ ସହାୟତା ଦାବି କଲା ଅଟୋ ଚାଳକ ସଂଘ - କୋରୋନା ଭୟ

ଲକଡାଉନରେ କ୍ଷତିଗ୍ରସ୍ତ ଖାରି ଅଟୋ ଚାଳକ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ବିଭିନ୍ନ ଦାବି ରଖାଯାଇଛି । ସଂଘର ବରିଷ୍ଠ ସଦସ୍ୟ ଉମେଶ ଚନ୍ଦ୍ର ନାଗଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

Auto drivers badly affected by lockdown , drivers association demands compensation
ଲକଡାଉନରେ ବୁଡାଇଛି ବେଉସା, ଆର୍ଥିକ ସହାୟତା ଦାବି କଲା ଅଟୋ ଚାଳକ ସଂଘ
author img

By

Published : Apr 30, 2020, 3:09 PM IST

Updated : Apr 30, 2020, 4:11 PM IST

ସୁବର୍ଣ୍ଣପୁର: ଲକଡାଉନରେ କ୍ଷତିଗ୍ରସ୍ତ ଖାରି ଅଟୋ ଚାଳକ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ବିଭିନ୍ନ ଦାବି ରଖାଯାଇଛି । ସଂଘର ବରିଷ୍ଠ ସଦସ୍ୟ ଉମେଶ ଚନ୍ଦ୍ର ନାଗଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଲକଡାଉନ ବୁଡାଇଛି ବେଉସା, ଆର୍ଥିକ ସହାୟତା ଦାବି କଲା ଅଟୋ ଚାଳକ ସଂଘ

ଲକ ଡାଉନ ଘୋଷଣା ହେବା ପରେ ଟାକ୍ସି ଓ ଅଟୋ ଚଳାଚଳ ବନ୍ଦ ରହିଥିବାରୁ ମାଲିକମାନେ କ୍ଷତିଗ୍ରସ୍ତ ହେବା ସହିତ ଡ୍ରାଇଭର ଓ ଭଡାରେ ଅଟୋ ଚଳାଉ ଥିବା ଡ୍ରାଇଭରମାନେ ବି କ୍ଷତିଗ୍ରସ୍ତ ହୋଇଛନ୍ତି । ଫଳରେ ଉଭୟ ମାଲିକ ଓ ଡ୍ରାଇଭରମାନଙ୍କ ଜୀବନ ଜୀବିକା ସଂକଟରେ ପଡିଯାଇଛି । ନିଜର ଦୈନନ୍ଦିନ ପାରିବାରିକ ଖର୍ଚ୍ଚରେ ବି ସମସ୍ୟା ସୃଷ୍ଟି ହୋଇଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଜିଲ୍ଲାରେ କଡାକଡି ଭାବେ ଲକ ଡାଉନ ପାଳନ କରାଯାଉଥିବାରୁ ଗାଡି ଷ୍ଟାଣ୍ଡରେ ଠିଆ ହୋଇରହିଛି ।

ଡ୍ରାଇଭରମାନେ ଘୋର ଆର୍ଥିକ ସଂକଟରେ ଗତି କରୁଥିବାରୁ ଜିଲ୍ଲା ପ୍ରଶାସନ ଲକଡାଉନ ସମୟରେ ସେମାନଙ୍କ ପରିବାର ପୋଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 30, 2020, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.