ETV Bharat / state

କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଲେ ରୋଗୀଙ୍କ ସମ୍ପର୍କୀୟ

କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ସହ ଗୋଇଠା ମାଡ। ଡାକ୍ତଖାନା ସୁପରିଟେଣ୍ଡେଣ୍ଟଙ୍କ ଲିଖିତ ଅଭିଯୋଗ ପରେ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Feb 27, 2020, 11:15 PM IST

_attack to doctor
ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସମ୍ପର୍କୀୟା

ସୁବର୍ଣ୍ଣପୁର: ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ଡାକ୍ତରଖାନରେ କାର୍ଯ୍ୟରତ ଡାକ୍ତରଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟ ଦୁର୍ବ୍ୟବହାର ସହ ଗୋଇଠା ମାରିଥିବା ଅଭିଯୋଗ ହୋଇଛି । ସନ୍ଧ୍ୟା ସମୟରେ ଦୁର୍ଘଟଣା ଗ୍ରସ୍ତ ପ୍ରଫୁଲ୍ଲ ପଧାନଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ସେହି ସମୟରେ କାର୍ଯ୍ୟରେ ଥିବା ଡାକ୍ତର ସ୍ବପ୍ନେଶ୍ବର ବେହେରା ତାଙ୍କୁ କଣ ହୋଇଛି ବୋଲି ପଚାରିବାରୁ ତାଙ୍କ ସମ୍ପର୍କୀୟ ବିଦ୍ୟାଧର ପଧାନ ଡାକ୍ତରଙ୍କୁ ଗାଳି ଗୁଲଜ ଆରମ୍ଭ କରି ଦେଇଥିଲେ ।

ତେବେ ଏନେଇ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ ଖବର ପାଇ ଡାକ୍ତଖାନାକୁ ଆସିଥିଲେ । ସେ ଅଭିଯୁକ୍ତକୁ ବୁଝାଇବାବେଳେ ଓଲଟା ସୁପରିଟେଣ୍ଡେଣ୍ଟକୁ ମୁଥା ମାରିବା ସହ ଧକ୍କାମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ଦ୍ବାରା ସଂପୃକ୍ତ ଯୁବକକୁ କାବୁ କରି ଥାନାକୁ ନେଇଛି ପୋଲିସ । ପରେ ସୁପରିଟେଣ୍ଡେଣ୍ଟ ଲିଖିତ ଭାବରେ ଥାନାରେ ଏତାଲା ଦେଇଥିଲେ । ସଂପୃକ୍ତ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତେବେ କାର୍ଯ୍ଯରତ ଡାକ୍ତରଙ୍କୁ ବାରମ୍ବାର ଆକ୍ରମଣ ହେଉଥିଲେ ହେଁ କାହିଁକି କୌଣସି ପ୍ରଶାସନିକ ସୁରକ୍ଷା ଯୋଗାଇ ଦିଆଯାଉ ନାହିଁ ? ଏନେଇ ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.