ସୁବର୍ଣ୍ଣପୁର: ବିଜେପି ନେତା ଅଶୋକ ପୂଜାରୀ । ପ୍ରଥମ ଥର ପାଇଁ ଲଢୁଛନ୍ତି ପଦ୍ମ ଟିକେଟରେ। ସୁବର୍ଣ୍ଣପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସେ। ସାମ୍ନାରେ ଅନେକ ଚ୍ୟାଲେଞ୍ଜ । ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ସମ୍ପର୍କୀୟ କକା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ହେବ କଡା ଟକ୍କର।
ପୂର୍ବରୁ ଦୀର୍ଘ ସମୟ ଧରି କଂଗ୍ରେସରେ ଥିଲେ ଅଶୋକ । ଦଳ ଦୁଇଥର ତାଙ୍କୁ ପ୍ରାର୍ଥୀ ମଧ୍ୟ କରିଥିଲା । ହେଲେ ଏପର୍ଯ୍ୟନ୍ତ ବିଧାନସଭାକୁ ଏଣ୍ଟ୍ରି କରିବାରେ ସଫଳ ହୋଇନାହାଁନ୍ତି । ଆଉ ଏଥର ପଦ୍ମ ଟିକେଟରେ ବିଧାନସଭାକୁ ପଶିବାକୁ ଲକ୍ଷ୍ୟ ରଖିଛନ୍ତି। ସ୍ପଷ୍ଟ କରିଛନ୍ତି ତାଙ୍କ ଆଭିମୁଖ୍ୟ ।
ପ୍ରାଥମିକତା ହିସାବରେ କୃଷିକୁ ସେ ଗୁରୁତ୍ବ ଦେଇଛନ୍ତି। ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କଥା ବି ଉଠାଇଛନ୍ତି। ସୁବର୍ଣ୍ଣପୁରର ସର୍ବାଙ୍ଗୀନ ବିକାଶ କରିବେ ବୋଲି କହିଛନ୍ତି। ବିଧାୟକ ପାଣ୍ଠିର ସୁବିନିଯୋଗ କରିବି ବୋଲି ପ୍ରତିଶୃତି ଦେଇଛନ୍ତି ।
କାକା-ପୁତୁରା ଲଢେଇ କିପରି ହେବ। ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଶୋକ କହିଛନ୍ତି, ନିରଞ୍ଜନ ମୋ ଦୂରିଆ କକା ହେବେ(ଦୂର ସମ୍ପର୍କୀୟ କାକା) । ନିର୍ବାଚନରେ ସମ୍ପର୍କ କିଛି ପ୍ରଭାବ ପକାଇବନାହିଁ। ମହାଭାରତ ପରି ମୁଁ କୌଣସି ସମ୍ପର୍କରେ ପ୍ରଭାବିତ ନହୋଇ ଦଳ ପାଇଁ କାମ କରିବ । ଆଉ ଏଥିରେ ବିଜୟୀ ମଧ୍ୟ ହେବି ବୋଲି କହିଛନ୍ତି ଅଶୋକ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ