ସୁବର୍ଣ୍ଣପୁର: ଜିଲ୍ଲାରେ ମାତିଛନ୍ତି ଲୁଟେରା । ଡିକି ଭାଙ୍ଗି ୧୯ ହଜାର ଟଙ୍କା ଲୁଟିନେଇଥିବା ସଦରଥାନାରେ ଅଭିଯୋଗ ହୋଇଛି । ଜିଲ୍ଲାରେ ବାରମ୍ବାର ଲୁଟ୍ ବୃଦ୍ଧି ପାଉଥିବାବେଳେ ସୁରକ୍ଷାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଶୁକ୍ରବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବେଣ୍ଡକା ଗ୍ରାମର ଜଗନ୍ନାଥ ମହାକୁର ନଳିନୀ ଛକର ଏୟାରଟେଲ କାର୍ଯ୍ୟାଳୟକୁ ସିମ କିଣି ଆସିଥିଲେ ।
ସିମ୍ କିଣି କାର୍ଯ୍ୟାଳୟରୁ ବାହାରିବା ପରେ ବାଇକ ଡିକିରେ ରଖିଥିବା ଟଙ୍କା ଲୁଟ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଅଭଳି ଘଟଣା ଘଟିବା ପରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଶନିବାର ସକାଳୁ ଜଗନ୍ନାଥ ସଦର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର