ETV Bharat / state

ଭୋକିଲା ପଡିଛନ୍ତି ବୁଲା ଜୀବଜନ୍ତୁ, ସରକାରଙ୍କ ଅନୁଦାନ ବାଟମାରଣା ଅଭିଯୋଗ

author img

By

Published : May 23, 2021, 7:50 AM IST

ସୁବର୍ଣ୍ଣପୁରରେ ବୁଲା ଗାଇଗୋରୁ କିମ୍ବା କୁକୁରଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ ନାହିଁ । ସରକାର କରିଥିବା ବ୍ୟୟବରାଦ ଆତ୍ମସାତ୍ ହେଉଛି ବୋଲି ଜିଲ୍ଲା ବିଜେପିର ଅଭିଯୋଗ । ଅଧିକ ପଢନ୍ତୁ...

ଭୋକିଲା ରହୁଛନ୍ତି ବୁଲା ଜୀବଜନ୍ତୁ, ସରକାରଙ୍କ ଅନୁଦାନ ବାଟମାରଣା ଅଭିଯୋଗ

ସୁବର୍ଣ୍ଣପୁର: ରାଜ୍ୟରେ କୋରୋନାର ଦ୍ବିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ, ସପ୍ତାହନ୍ତ ସଟଡାଉନ ଓ ରାତ୍ରକାଳୀନ କର୍ଫ୍ୟୁ ଆଦି ଘୋଷଣା କରି ବିଭିନ୍ନ ବର୍ଗକୁ ସହାୟତା କରୁଛନ୍ତି । ଏପରିକି ବୁଲା ଗାଈଗୋରୁ ଓ କୁକୁର ଆଦିଙ୍କୁ ବି ଖାଦ୍ୟ ଯୋଗାଇ ଦେବାକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ହେଲେ ସରକାରୀ ବାବୁମାନେ ଏହି ସହାୟତାକୁ ଖୁଲମଖୁଲା ହଡପ କରୁଥିବା ଅଭିଯୋଗ ହୋଇଛି ।

ଲକଡାଉନରେ ସମସ୍ତ ଦୋକାନ ବଜାର ବନ୍ଦ ରହୁ ଥିବାବେଳେ ସହରଗୁଡିକର ବୁଲା ଗାଇଗୋରୁ, କୁକୁର ଆଦି ଭୋକିଲା ରହିବେ ନାହିଁ ବୋଲି ସରକାର ସ୍ବତନ୍ତ୍ର ଅନୁଦାନ ଦେଇଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ସଦର ପୌରପରିଷଦରେ ଏହି ଟଙ୍କା ଆତ୍ମସାତ କରି ଥିବାବେଳେ ଭୋକିଲା ଗାଇଗୋରୁ, କୁକୁର ଆଦିଙ୍କୁ ଦିନେ ହେଲେ ଖାଇବାକୁ ଦିଆଯାଉ ନ ଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । କିଛି ସ୍ବେଚ୍ଛାସେବୀ ସଙ୍ଗଠନ ନିଜସ୍ବ ଉଦ୍ୟମରେ ଏହି ଭୋକିଲା ପଶୁମାନଙ୍କୁ ଦିନେ ଦୁଇଦିନ ଖାଇବାକୁ ଦେଇ ଥିବାବେଳେ ଅନେକ ଦିନ ଏମାନେ ଭୋକିଲା ରହୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଭୋକିଲା ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ପୌର ପରିଷଦକୁ ଘେରାଉ କରିବା ସହିତ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.