ETV Bharat / state

ସୁବର୍ଣ୍ଣପୁର ସହରରେ ଜବରଦଖଲ ଉଚ୍ଛେଦ - ସୂବର୍ଣ୍ଣପୁରରେ ଉଚ୍ଛେଦ

ସୁବର୍ଣ୍ଣପୁର ସହରରେ ଜବରଦଖଲ ଉଚ୍ଛେଦ । ସରକାରୀ ଜମି ଉପରେ ବେଆଇନ ଭାବରେ ଜବରଦଖଲ ଦୋକାନୀଙ୍କୁ ହଟାଇ ଦିଆଯାଇଛି। ଅଧିକ ପଢ଼ନ୍ତୁ...

an eviction done in subarnpur town by tahsil office
ସୁୂବର୍ଣ୍ଣପୁର ସହରରେ ଜବରଦଖଲ ଉଚ୍ଛେଦ
author img

By

Published : Feb 11, 2021, 10:57 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଜବର ଦଖଲ ଉଚ୍ଛେଦ। ସରକାରୀ ଜମି ଉପରେ ବେଆଇନ ଭାବରେ ଜବରଦଖଲ ଦୋକାନୀଙ୍କୁ ହଟାଇ ଦିଆଯାଇଛି। ପୌର ପରିଷଦ ଓ ସଦର ତହସିଲ କାର୍ଯ୍ୟାଳୟ ପକ୍ଷରୁ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି। ଫଳରେ ବ୍ୟବସାୟୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି।

ସୁୂବର୍ଣ୍ଣପୁର ସହରରେ ଜବରଦଖଲ ଉଚ୍ଛେଦ

ଏହି ଉଚ୍ଛେଦକୁ ବିରୋଧ କରିଛନ୍ତି ଦୋକାନୀ ଓ ବ୍ୟବସାୟୀ। 10ରୁ 12 ବର୍ଷ ହେଲା ଏଠାରେ ବ୍ୟବସାୟ କରି ଆସୁଥିଲେ। ଏବେ କୁଆଡ଼େ ଯିବେ, କେମିତି ପେଟ ପୋଷିବେ ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ। ସୁବର୍ଣ୍ଣପୁରରୁ ମନମୁଣ୍ଡା ରାସ୍ତାର ବାମ ପାର୍ଶ୍ବରେ ନୂତନ ଟାଉନ ହଲ ପରିସର ପାଚେରୀ ନିର୍ମାଣ ହେବ। ଏଥିପାଇଁ ଏହି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ସରକାରୀ ଜମି ବେଆଇନ ଭାବେ ଜବରଦଖଲ କରି ବିଭିନ୍ନ ବ୍ୟବସାୟ କରୁଥିବା ଏହି ବ୍ୟବସାୟୀଙ୍କୁ ସରକାରୀ ଜମି ଛାଡ଼ି ଦେବାକୁ ରାଜସ୍ବ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା।

ଜବରଦଖଲକାରୀ ରାଜସ୍ବ ବିଭାଗର ସୂଚନାକୁ ଅବହେଳା କରିବାରୁ ଆଜି(ଗୁରୁବାର) ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି। ବେଆଇନ ଭାବେ ଗଢି ଉଠିଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନ ବଜାର ଗୁଡିକୁ ଭାଙ୍ଗି ଦିଆଯାଇଛି। ବେଆଇନ ଭାବରେ ଏହି ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ସହରର କୌଣସି ଏକ ସ୍ଥାନରେ ବ୍ୟବସାୟ କରିବା ପାଇଁ ଥଇଥାନ କରିବାକୁ ଦାବି କରିଛନ୍ତି ବ୍ୟବସାୟୀ ।

ସୂବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.