ETV Bharat / state

ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ, ଦେଢ କିଲୋମିଟର ଚାଲିଲେ ପ୍ରସୂତୀ

ଗାଁର ରାସ୍ତା ଖରାପ ଯୋଗୁଁ ଦେଢ କିଲୋମିଟର ଚାଲି ଚାଲି ଗଲେ ଗର୍ଭବତୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଅଧିକ ପଢନ୍ତୁ..

Ambulance stopped halfway
Ambulance stopped halfway
author img

By

Published : Oct 17, 2020, 4:51 PM IST

ସୁବର୍ଣ୍ଣପୁର: ଗାଁର ରାସ୍ତା ଖରାପ ଯୋଗୁଁ ଯାଇପାରିଲା ନାହିଁ 108 ଆମ୍ବୁଲାନ୍ସ । ଦେଢ କିଲୋମିଟର ଚାଲି ଚାଲି ଗଲେ ଗର୍ଭବତୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଘିଆ ପଞ୍ଚାୟତର ବଡମାଲ ଗାଁରେ ।

ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ, ଦେଢ କିଲୋମିଟର ଚାଲିଲେ ପ୍ରସୂତୀ

ଗାଁର ବାସନ୍ତି କୁମ୍ଭାରଙ୍କ ପ୍ରସବ ବେଦନା ହେବାରୁ ତରଭା 108 ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଥିଲା । ହେଲେ ବଡମାଳ ଛକରୁ ନନ୍ଦପାଲି ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଅଧାବାଟରେ ରହିଗଲା । ଗାଁ ଲୋକଙ୍କ ସହାୟତାରେ ଚଲେଇ ଚଲେଇ ମହିଳାଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣା ଯାଇଥିଲା ।

ପରେ ତରଭା ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଇଛି । ଗାଁ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଏହି ରାସ୍ତା ମରାମତି କାରିବାକୁ ଦାବି କରିଥିଲେ ବି କେହି ଶୁଣୁନଥିବାରୁ ଏହି ପରି ଘଟଣା ଘଟୁଛି ବୋଲି ଗାଁ ଲୋକେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.