ETV Bharat / state

ଫେଲ ମାରିଛି ଜୀବନ ଜୀବିକା ମିଶନ; ଚାଷୀଙ୍କ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ - agricultural assistance

ସୁବର୍ଣ୍ଣପୁର ଜିଲ୍ଳା ତରଭା ବ୍ଲକର ଝାରତରଭା ପଞ୍ଚାୟତରେ ଜୀବନ ଜୀବିକା ମିଶନରେ ଚାଷୀଙ୍କ ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ । ଅଧିକ ପଢନ୍ତୁ...

କୃଷି ସହାୟତା ପ୍ରଦାନରେ ଅନିୟମିତତା
କୃଷି ସହାୟତା ପ୍ରଦାନରେ ଅନିୟମିତତା
author img

By

Published : Apr 14, 2021, 12:15 PM IST

ସୁବର୍ଣ୍ଣପୁର: ଫେଲ ମାରିଛି ଚାଷୀମାନଙ୍କ ପାଇଁ ଥିବା ଜୀବନ ଜୀବିକା ମିଶନ । ସୁବର୍ଣ୍ଣପୁର ଜିଲ୍ଳା ତରଭା ବ୍ଲକର ଝାରତରଭା ପଞ୍ଚାୟତରେ ଜୀବନ ଜୀବିକା ମିଶନ ଚାଷୀଙ୍କ ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ ।

କୃଷି ସହାୟତା ପ୍ରଦାନରେ ଅନିୟମିତତା

ସୂଚନାଅନୁସାରେ, ଉଦ୍ୟାନ କୃଷି କାର୍ଯ୍ୟ କରିବା ପାଇଁ ଚାଷୀଙ୍କ ମଞ୍ଜି ପ୍ରଦାନ କରାଯାଇଥିଲା । ଚାଷୀମାନେ ଉଦ୍ୟାନ କାର୍ଯ୍ୟ ସାରିବା ପରେ ସେମାନଙ୍କୁ ସହାୟତା ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଏ ନେଇ ସେମାନଙ୍କ ପ୍ରମାଣପତ୍ର ନିଆଯାଇଥିଲା । ହେଲେ ଏ ଯାଏଁ ସେମାନଙ୍କ ସହାୟତା ରାଶି ମିଳିନାହିଁ ।

ଏପରିକି ଶହ ଶହ ଲୋକ ଉଦ୍ୟାନ କୃଷି କାର୍ଯ୍ୟ କରି ନ ଥିଲେ ବି ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ କରାଯାଇ କୃଷି ସହାୟତା ଅର୍ଥ ଆତ୍ମସାତ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରକୃତ ଚାଷୀ ହିତାଧିକାରୀ ଉଦ୍ୟାନ କୃଷି ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏନେଇ ପରିବର୍ତ୍ତନର ସଭାପତି ତଥା ଚାଷୀ ନେତା ବଳଦେବ ବେଦବାକଙ୍କ ନେତୃତ୍ଵରେ ଝାରତରଭା ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କୃଷି ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି । ତୁରନ୍ତ ଦାବି ପୂରଣ ପାଇଁ ଜିଲ୍ଲାପାଳ ମନୀଷା ବନାର୍ଜୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ କିଛି ଦିନ ଭିତରେ ଏହାର ତଦନ୍ତ କରାଯାଇ ଚାଷୀ ହିତାଧିକାରୀଙ୍କୁ ତାଙ୍କର କୃଷି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଚାଷୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଯଦି ସମସ୍ୟାର ସମଧାନ ନ ହୁଏ ତେବେ ଆଗକୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.