ETV Bharat / state

ଯୋଜନା ଶ୍ରେୟ: ଆନ୍ଦୋଳନକୁ ଓହ୍ଲାଇଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନାରେ ପରିଣତ କରାଯାଉଥିବା ଅଭିଯୋଗରେ ଶୁକ୍ରବାର ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ବ୍ଲକ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 27, 2019, 5:03 PM IST

ସୁବର୍ଣ୍ଣପୁର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନାରେ ପରିଣତ କରାଯାଉଥିବା ଅଭିଯୋଗରେ ଶୁକ୍ରବାର ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ବ୍ଲକ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ଜିଲ୍ଲା ବିଜେପି ସଭାପତି ବିଜୟ ମହାକୁରଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସରକାରୀ କାର୍ଯ୍ୟାଳୟଗୁଡିକୁ ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ ସଦର ସୋନପୁର ବ୍ଲକ ଓ ପୌର ପରିଷଦ କାର୍ଯ୍ୟାଳୟକୁ ସାନନ୍ଦ ମେହେରଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତାମାନେ ଘେରାଉ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନାରେ ରୂପାନ୍ତରିତ କରାଯାଇଥିବା ପ୍ରତିବାଦରେ ଆନ୍ଦୋଳନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ତେବେ ରାଜ୍ୟ ସରକାର ଏ ଦିଗରେ ନ୍ୟାୟୋଚିତ ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲ୍ଲା ବିଜେପି ଧମକ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବଜେପି ତରଫରୁ ସମସ୍ତ ବ୍ଲକ , ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନାରେ ପରିଣତ କରାଯାଉଥିବା ଅଭିଯୋଗ କରି ବଜେପି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି।ଜିଲ୍ଲା ବିଜେପି ସଭାପତି ବିଜୟ ମହାକୁରଙ୍କ ନେତୃତ୍ୱରେ ବଜେପି କାର୍ଯ୍ୟକର୍ତାମାନେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଘେରାଉ କରିଛନ୍ତି।ସଦର ସୋନପୁର ବ୍ଲକ ଓ ପୌର ପରିଷଦ କାର୍ଯ୍ୟାଳୟକୁ ସାନନ୍ଦ ମେହେରଙ୍କ ନେତୃତ୍ୱରେ କାର୍ଯ୍ୟକର୍ତାମାନେ ଘେରାଉ କରିଛନ୍ତି।ପ୍ରକୃତ ଗରିବ ହିତାଧିକାରୀକୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ବଜେପି ଦାବି କରିଛି।

Body:ଜିଲ୍ଲାରେ ବିଭିନ୍ନ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନାରେ ରୂପାନ୍ତରିତ କରାଯାଇଥିବା ପ୍ରତିବାଦରେ ଆନ୍ଦୋଳନ କରିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।ରାଜ୍ୟ ସରକାର ଏଦିଗରେ ନ୍ୟାୟୋଚିତ ପଦକ୍ଷେପ ନ ନେଲେ ଆଗକୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ପ୍ରଶାସନକୁ ବଜେପି ଧମକ ଦେଇଛି।

Conclusion:ବାଇଟ 1 ସାନନ୍ଦ ମେହେର , ବଜେପି କାର୍ଯ୍ୟକର୍ତା।
ବାଇଟ 2 ଗଣେଶ ସାହୁ , ବଜେପି କାର୍ଯ୍ୟକର୍ତା , ସୁବର୍ଣ୍ଣପୁର।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.