ETV Bharat / state

ଅଲ୍‌ ଓଡିଶା ଇପିଏଫ ପେନ୍‌ସନର୍ସ ଆସୋସିଏସନ୍‌ର ବିକ୍ଷୋଭ ପ୍ରଦର୍ଶନ

author img

By ETV Bharat Odisha Team

Published : Sep 15, 2023, 4:45 PM IST

ଅଲ୍‌ ଓଡିଶା ଇପିଏଫ ପେନ୍‌ସନର୍ସ ଆସୋସିଏସନ୍‌ ପକ୍ଷରୁ ସୁବର୍ଣ୍ଣପୁରରେ ବିକ୍ଷୋଭ ପ୍ରଦର୍ଶନ । ଅବସରପ୍ରାପ୍ତ କର୍ମଚାରୀମାନେଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଏବଂ ପେନେସନ ୧୦୦୦ ବଦଳରେ ୯୦୦୦ ଟଙ୍କାକୁ ବୃଧି କରିବାକୁ ଦାବି । ଦାବି ପୂରଣ ନହେଲେ ଆମରଣ ଅନଶନ ଚେତାବନୀ । ଅଧିକ ପଢ଼ନ୍ତୁ ଅଧିକ ପଢନ୍ତୁ

ଅଲ୍‌ ଓଡିଶା ଇପିଏଫ ପେନ୍‌ସନର୍ସ ଏସୋସିଏସନ  ପକ୍ଷରୁ ବିକ୍ଷୋବ ପ୍ରଦର୍ଶନ

ସୁବର୍ଣ୍ଣପୁର: ଅଲ୍‌ ଓଡିଶା ଇପିଏଫ ପେନ୍‌ସନର୍ସ ଆସୋସିଏସନ୍‌ ପକ୍ଷରୁ ସୁବର୍ଣ୍ଣପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । EPF ପେନସନ ଭୋଗୀମାନେ ନିଜକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଏବଂ ପେନସନ ରାଶିକୁ ୧୦୦୦ ବଦଳରେ ୯୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ବିଶେଷ କରି ଜିଲ୍ଲାର ଉଠାଜସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀମାନେ ମାସିକ ୧୦୦୦ ଟଙ୍କା EPF ପେନସନ ପାଉଛନ୍ତି ଯାହକୁ ନେଇ ସେମାନେ ଦୀର୍ଘ ଦିନ ହେବ, ସରକାରଙ୍କୁ ନିଜର ଅସୁବିଧା ସମ୍ପର୍କ ବିଷୟରେ ଅବଗତ କରିଆସୁଛନ୍ତି । କିନ୍ତୁ ସରିକାର କିୌଣସି ପଦେକ୍ଷପ ଗ୍ରହଣ ନକରିବାରୁ ଆଜି ଆସୋସିଏସନ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଅଲ୍‌ ଓଡିଶା ଇପିଏଫ ପେସନର୍ସ ଆସୋସିଏସନ ପକ୍ଷରୁ ସହରର ଗାନ୍ଧୀ ପଡିଆରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆସୋସିଏସନର ବରିଷ୍ଠ ସଭ୍ୟ ବୃନ୍ଦାବନ ରଥଙ୍କ ନେତୃତ୍ୱରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦାବି ପୂରଣ ପାଇଁ ଏହି ଆନ୍ଦୋଳନ କରାଯାଇଛି । ବିଶେଷକରି ଉଠାଜଳସେଚନ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ମାସିକ 1000 ଟଙ୍କାରୁ ବି କମ ପେନ୍‌ସନ ପାଉଛନ୍ତି । ପରିଣତ ବୟସରେ କର୍ମଚାରୀମାନଙ୍କୁ ମାସିକ ସର୍ବନିମ୍ନ 9000 ଟଙ୍କା ପେନ୍‌ସନ ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ..ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି, କଟକରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ସେହିପରି ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଦୁର୍ବଳ ହେଉଥିବାରୁ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରି ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି । ଅବସରପ୍ରାପ୍ତ ଏହି କର୍ମଚାରୀମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଔଷଧ କିଣିବା ପାଇଁ ବି ପାଖରେ ଟଙ୍କା ଥିବା ବେଳେ ସରକାରୀ ଚିକିତ୍ସାଳୟରେ ବି କର୍ମଚାରୀମାନଙ୍କୁ ଅବହେଳା ପ୍ରଦର୍ଶନ କରାଯାଇଛି । ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରି ନପାରି ଅନେକ ପେନସନଭୋଗୀଙ୍କ ମୃତ୍ୟୁ ଘଟି ସାରିଥିବା ଅଭିଯୋଗ କରିଛନ୍ତି । ତେଣୁ ଉଭୟ ଦାବି ପ୍ରତି ସରକାର ସମ୍ବେଦନଶୀଳ ନହେବାରୁ ଆସୋସିଏସନ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବେଳେ ନ୍ୟାୟାଳୟ ଏହାର ବିଚାର କରି ପେନ୍‌ସନର୍ସ ଆସୋସିଏସନଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

ତଥାପି ରାଜ୍ୟ ସରକାର ଟାଳଟୁଳ ନୀତି ଗ୍ରହଣ କରି ପରିଣତ ବୟସରେ ପହଞ୍ଚିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ନିଷ୍ଠୁର ହୋଇ ପଡିଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଆଜି ଆସୋସିଏସନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯଦି ଦାବି ପୂରଣ ନହୁଏ ତେବେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆସୋସିଏସନ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.