ସୁବର୍ଣ୍ଣପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ ଦାବି । ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ରୁଗୁଡିପାଲି ଗାଁର ଅଭିଯୁକ୍ତ ଦିଲ୍ଳୀପ ମିଶ୍ରକୁ ଗିରଫ କରିବା ପାଇଁ ଦାବି ହୋଇଛି । ଅଭିଯୁକ୍ତ ବାଘରତଇଲା ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି ।
ଗତ ଜୁଲାଇ 31 ତାରିଖରେ ନାବାଳିକା ଝିଅଟି ଘରେ ଥିବା ସମୟରେ ଅଭିଯୁକ୍ତ ଘରେ ପଶି ମାରଣାସ୍ତ୍ର ଦେଖାଇ ଝିଅକୁ ଉଠାଇ ନେଇଥିଲା । ଗାଁର ଅନତିଦୂରରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ଅଭିଯୁକ୍ତ । ତେବେ ଘଟଣାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରୁ ନ ଥିବା ଅଭିଯୋଗ ହୋଇଛି ।
ଗୁରୁବାର ଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକ ଓ ଗାଁର କିଛି ସ୍ବେଚ୍ଛାସେବୀ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି । ତେବେ ଅଭିଯୋଗକାରୀମାନେ ଏସପିଙ୍କୁ ସାକ୍ଷାତ କରି ପାରି ନଥିବା ବେଳେ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ