ସୁବର୍ଣ୍ଣପୁର: ଅସରାଏ ବର୍ଷାରେ ଭିଜିଲା ସୁବର୍ଣ୍ଣପୁର । ଗତ ସପ୍ତାହ ଧରି ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ପରେ ମଧ୍ୟାହ୍ନରେ ଭଲ ବର୍ଷା ହୋଇଛି । ଦିନରେ ତାପମାତ୍ରା 43 ଡିଗ୍ରୀ ଉପରେ ରହୁଥିବା ବେଳେ ଆଜି ସକାଳୁ ପାଣିପାଗରେ ପରିବର୍ତ୍ତନ ହୋଇଥିଲା ।
ଅସହ୍ୟ ଗରମରେ ଛଟପଟ ହେଉଥିବାବେଳେ ବର୍ଷା ଏବେ ଜିଲ୍ଲାବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି । ଝିପି ଝିପି ବର୍ଷା ସାଙ୍ଗକୁ ମଝିରେ ମଝିରେ ଥଣ୍ଡା ପବନ ତା ସାଙ୍ଗକୁ ଘଡଘଡି । ଏପରି ପାଗ ଆହୁରି 2 , 3 ଦିନ ଧରି ରହିବ ବୋଲି ସାଧାରଣ ଲୋକେ ଆଶା କରୁଛନ୍ତି । ଏ ବର୍ଷାଟି ଚାଷୀମାନଙ୍କ ପାଇଁ ବି ବେଶ ଲାଭଦାୟକ ହେବ ବୋଲି ଚାଷୀ ଭାଇ ଆଶା ରଖିବା ସହ ଆଗାମୀ ଖରିଫ ପାଇଁ ଦୁଇ ତିନି ଦିନ ହଳ କରିବ ନିଶ୍ଚୟ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ