ETV Bharat / state

ୟୁରିଆ ସାର କଳାବଜାରୀ, ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

author img

By

Published : Sep 17, 2020, 9:38 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାର କଳାବଜାରୀ ଉପରେ ପ୍ରଶାସନିକ ଅଙ୍କୁଶ ଲାଗିଛି । ଚାଷୀମାନଙ୍କ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ୟୁରିଆ ସାର ପାଇଁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ

ସୁବର୍ଣ୍ଣପୁର: ଜିଲ୍ଲାରେ ୟୁରିଆ ସାର କଳାବଜାରୀ ଉପରେ ପ୍ରଶାସନିକ ଅଙ୍କୁଶ ଲାଗିଛି । ଚାଷୀମାନଙ୍କ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୟୁରିଆ ସାର କଳାବଜାରୀ କରୁଥିବା ଅଭିଯୋଗରେ ଚାରି ଗୋଟି ସମବାୟ ସମିତି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଡୁଙ୍ଗୁରିପାଲି, ଚେରୁପାଲି, ମାୟାବାର୍ହା ଓ ସୋହେଲା ସମବାୟ ସମିତିର ଲାଇସେନ୍ସ ରଦ୍ଦ କରି ଦିଆଯାଇଛି । ସେହିପରି ନଅ ଗୋଟି ରିଟେଲରଙ୍କ ଲାଇସେନ୍ସ ବି ରଦ୍ଦ କରାଯାଇଛି । ପୂର୍ବରୁ ଏହିସବୁ ସମବାୟ ସମିତି ଓ ରିଟେଲରମାନଙ୍କୁ କୃଷି ବିଭାଗ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ସମ୍ପୃକ୍ତ ସମବାୟ ସମିତି ଓ ରିଟେଲରମାନେ ଢେର ଅଧିକ ଦାମରେ ସାର ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ନିର୍ଦେଶରେ ଜିଲ୍ଲା କୃଷି ଅଧିକାରୀମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.