ETV Bharat / state

ମାଛ ଧରା ହେଲା କାଳ, ପୋଖରୀରେ ବୁଡ଼ି ଯୁବକ ମୃତ

author img

By

Published : Jan 8, 2021, 10:49 PM IST

ଯୁବାବସ୍ଥାରେ ପରିବାରକୁ ଛାଡ଼ି ଆରପାରିକୁ ଚାଲିଗଲା ପୁଅ। ମାଛ ଧରିବାକୁ ଯାଇଥିବା ବେଲେ ପୋଖରୀରେ ବୁଡ଼ି ଝାରବାହାଲି ଗାଁରେ ଜଣେ ଯୁବକ ମୃତ। ଅଧିକ ପଢ଼ନ୍ତୁ...

a young man died after drowned in a pond in jharbahai village  of subarnpur district
ମାଛ ଧରା ହେଲା କାଳ, ପୋଖରୀରେ ବୁଡ଼ି ଯୁବକ ମୃତ

ସୁବର୍ଣ୍ଣପୁର: ମାଛ ଧରିବା ହେଲା କାଳ। ପୋଖରୀରେ ବୁଡି ଜଣେ ଯୁବକଙ୍କ ହେଲା ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହାଲି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତକ ସେହି ଗାଁର ୨୬ ବର୍ଷୀୟ ଯୁବକ ରଞ୍ଜିତ ନେଥି ବୋଲି ଜଣା ପଡ଼ିଛି।

ରଞ୍ଜିତ ଆଜି(ଶୁକ୍ରବାର) ଅପରାହ୍ନରେ ମାଛ ଧରିବା ପାଇଁ ଗାଁ ପୋଖରୀକୁ ଯାଇଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ପରେ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ସମୟରେ ପୋଖରୀରେ ତାଙ୍କ ମୃତଦେହ ପୋଖରୀରେ ଭାଷୁଥିବା କିଛି ଲୋକ ଦେଖିବାକୁ ପାଇଲେ। ଏହାପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ତାଙ୍କୁ ମୃତ ଘଷୋଣା କରିଥିଲେ। ଘଟଣାସ୍ଥଳରେ ସୋନପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ କରୁଛି। ସେପଟେ ଯୁବବସ୍ଥାରେ ପୁଅର ମୃତ୍ୟୁ ହେବାପରେ ପରିବାରରେ ଶୋକ ଛାୟା ଖେଳି ଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.