ETV Bharat / state

ବିଲରେ ଚାଷୀଙ୍କୁ ଦଳି ଦେଲା ହାତୀ

author img

By

Published : Mar 20, 2021, 11:39 AM IST

ସୁବର୍ଣ୍ଣପୁରରେ ପୁଣି ହାତୀ ଆତଙ୍କ । ଚାଲିଗଲା ଆଉ ଜଣଙ୍କ ଜୀବନ । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ
ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ

ସୁବର୍ଣ୍ଣପୁର: ଜିଲ୍ଲା ସୋନପୁର ରେଞ୍ଜ ବାଙ୍କତେତେଲ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗାଁର 54 ବର୍ଷୀୟ ଉପେନ୍ଦ୍ର ଦୀପ ଭୋର ସକାଳୁ ନିଜ ବିଲକୁ ଯାଇଥିବା ବେଳେ ହାତୀ ସହ ମୁହାଁ ମୁହିଁ ହୋଇଥିଲେ । ସେଠାରେ ତାଙ୍କୁ ହାତୀ ଦଳି ଦେଇଛି । ଘଟଣାସ୍ଥଳକୁ ପୋଲିସ ଓ ବନ ବିଭାଗର କର୍ମଚାରୀ ପହଞ୍ଚିଛନ୍ତି । ସୋନପୁର ରେଞ୍ଜର ବାରପାହାଡ଼ ଜଙ୍ଗଲରେ ଦୀର୍ଘ ଦିନ ହେଲା ହାତୀ ପଲ ରହି ଆସୁଛନ୍ତି ।

ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ

ଅନେକ ସମୟରେ ଗାଁ ଭିତରକୁ ପଶିଆସି ଧନ ଜୀବନ ନଷ୍ଟ କରୁଛନ୍ତି ଏହି ହାତୀ ପଲ। ତେବେ ବନ ବିଭାଗର ହାତୀ ଟ୍ରାକିଂ ଦଳ ହାତୀଙ୍କ ଉପସ୍ଥିତି ଜାଣିବା ସହିତ ପୁଣି ହାତୀଙ୍କୁ ଜଙ୍ଗଲମୁହାଁ କରିବାରେ ବିଫଳ ହୋଇଛନ୍ତି।

ହାତୀ ଘଉଡାଇବା ପାଇଁ ବ୍ୟାପକ ବ୍ୟବସ୍ଥା କେବଳ ସରକାରୀ କାଗକ କଲମରେ ସୀମିତ ହୋଇ ରହିଥିବା ଅଭିଯୋଗ ହେଉଛି। ମୃତକର ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.