ETV Bharat / state

ଆସାମକୁ ହେଉଥିଲା ଗଞ୍ଜେଇ ଚାଲାଣ, ବେପାରୀ ଗିରଫ - one arrested

ପଣ୍ଡ ହେଲା ବେଆଇନ ଗଞ୍ଜେଇ ଚାଲାଣ । ଗୋଟିଏ କାରରୁ ସାଢ଼େ ନଅ କେଜି ଗଞ୍ଜେଇ ଜବତ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ବେପାରୀ ଗିରଫ
ବେପାରୀ ଗିରଫ
author img

By

Published : Feb 14, 2021, 8:19 AM IST

Updated : Feb 14, 2021, 1:05 PM IST

ସୁବର୍ଣ୍ଣପୁର: ପଣ୍ଡ ହେଲା ବେଆଇନ ଗଞ୍ଜେଇ ଚାଲାଣ । ଶନିବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ସଫଳତା ମିଳିଛି । ବୌଦ୍ଧ ଜିଲ୍ଲାରୁ ଆସୁଥିବା ଏକ କାରରୁ ପ୍ରାୟ ସାଢ଼େ ନଅ କେଜି ଗଞ୍ଜେଇ ଜବତ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।

ଆସାମକୁ ହେଉଥିଲା ଗଞ୍ଜେଇ ଚାଲାଣ

ସୂଚନାଅନୁସାରେ, ଜିଲ୍ଲାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଏ ନେଇ ବୀର ସୁରେନ୍ଦ୍ର ସାଏ ଛକ ନିକଟରେ ଅବକାରୀ ଅଧିକାରୀ ରମାକାନ୍ତ ଭୋଇଙ୍କ ନେତୃତ୍ୱରେ କର୍ମଚାରୀମାନେ କଡା କଡି ପାଟ୍ରୋଲିଂ କରିଥିଲେ । ଏହି ସମୟରେ ବୌଦ୍ଧ ଜିଲ୍ଲାରୁ ଗୋଟିଏ କାର ଦ୍ରୁତ ଗତିରେ ଆସୁଥିଲା । ପୋଲିସ ଗାଡିଟିକୁ ଅଟକାଇ ଥିଲା । ପୋଲିସର ସନ୍ଦେହ ହେବାରୁ ଗାଡିଟିକୁ ଯାଞ୍ଚ କରାଯିବାରୁ ସେଥିରୁ ସାଢ଼େ ନଅ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ ।

ଘଟଣାରେ ଅନିଲ କୁମ୍ଭାର ନାମକ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ବୌଦ୍ଧରୁ ରାଉଲକେଲା ଦେଇ ଆସାମକୁ ଏହି ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Feb 14, 2021, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.